ମୋ ପୁଅ ଆପଣଙ୍କୁ ଲାଗିଲା...ମାନସ ଖାଲି ମୋ ପୁଅ ନୁହେଁ ବାଲେଶ୍ୱରବାସୀଙ୍କ ପୁଅ... ତାକୁ ଆଶିର୍ବାଦ କରନ୍ତୁ । କାନି ପତାଇ ଭୋଟ ମାଗିଲେ ମାନସ ଦତ୍ତଙ୍କ ମାଆ ।

Advertisment
ମୋ ପୁଅ ଆପଣଙ୍କୁ ଲାଗିଲା...ମାନସ ଖାଲି ମୋ ପୁଅ ନୁହେଁ ବାଲେଶ୍ୱରବାସୀଙ୍କ ପୁଅ... ତାକୁ ଆଶିର୍ବାଦ କରନ୍ତୁ । କାନି ପତାଇ ଭୋଟ ମାଗିଲେ ମାନସ ଦତ୍ତଙ୍କ ମାଆ ।

କନକ ବ୍ୟୁରୋ: ପୁଅ ପାଇଁ ଭୋଟ ମାଗିଲା ମାଆ । ହାତ ଯୋଡି, କାନି ପାତି ପୁଅର ବିଜୟ ପାଇଁ ଲୋକଙ୍କ ସମର୍ଥନ ଲୋଡିଲା ମାଆ । ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱରରେ । ବିଧାୟକ ପ୍ରାର୍ଥୀ ହୋଇଥିବା ନିଜ ପୁଅ ମାନସ ଦତ୍ତଙ୍କ ପାଇଁ ମାଆ ଘରୁ ଗୋଡ କାଢି ଭୋଟ ମାଗିଛନ୍ତି । ଗତକାଲି ବିଜେପି ଦିବଙ୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ଟିକେଟ ଦେବା ପରେ ଆଜି ମାଆ ଭୋଟ ମାଗିଛନ୍ତି ।

ତେବେ ଏକ କର୍ମୀ ସମ୍ମିଳନୀରେ ଯୋଗଦେଇ ସ୍ୱର୍ଗତ ମଦନମୋହନ ଦତ୍ତଙ୍କ ପତ୍ନୀ ପ୍ରେମଲତା ଅତ୍ୟନ୍ତ ଭାବବିହ୍ବଳ ହୋଇ ପୁଅ ପାଇଁ କାନି ପତାଇ ଭୋଟ୍‌ ମାଗିଥିଲେ। ମାନସ କେବଳ ମୋ’ ପୁଅ ନୁହେଁ, ସେ ସଦର ନିର୍ବାଚନମଣ୍ଡଳୀ ତଥା ବାଲେଶ୍ବରବାସୀଙ୍କ ପୁଅ। ‌ଦିନରାତି ସେ ତା’ ବାପାଙ୍କ ଭଳି ‌ଆପଣମାନଙ୍କ ସାଙ୍ଗରେ ରହୁଛି। ଆପଣମାନଙ୍କ ସୁଖଦୁଃଖର ସାଥୀ ହେଉଛି। ତେଣୁ ତା’ ବାପା ଦେଖିଥିବା ଅଧୁରା ସ୍ବପ୍ନ ପୂରା ହେବା ପାଇଁ ଆପଣମାନେ ତାକୁ ଆଶୀର୍ବାଦ ଦିଅନ୍ତୁ। ପ୍ରେମଲତାଙ୍କ ଏହି କୋହଭରା ନିବେଦନ କର୍ମୀ ଏବଂ ଭୋଟରମାନଙ୍କ ମଧ୍ୟରେ କି ପ୍ରଭାବ ପକାଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ।

ସେପଟେ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ଦଳ ପକ୍ଷରୁ ପ୍ରଚାର ଅଭିଯାନକୁ ଜୋରଦାର କରାଯାଇଛି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଠାରୁ ଆରମ୍ଭ କରି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପଦ୍ମଲୋଚନ ପଣ୍ଡାଙ୍କ ସମେତ ଦଳର ରାଜ୍ୟ ଓ ଜିଲ୍ଲା ନେତୃବୃନ୍ଦ ସମସ୍ତେ ଏକାଠି ହୋଇଛନ୍ତି। ଏହି କ୍ରମରେ ଦିବଂଗତ ବିଧାୟକଙ୍କ ପତ୍ନୀ ତଥା‌ ମାନସଙ୍କ ମା’ ପ୍ରେମଲତା ଦତ୍ତ ପୁଅକୁ ସାହାଯ୍ୟ କରିବା ପାଇଁ ଘରୁ ପାଦ କାଢ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe