କନକ ବ୍ୟୁରୋ : ବ୍ଲକ କାର୍ଯ୍ୟାଳୟ ଭିତରେ ତୁମୁଳକାଣ୍ଡ । ମୁହାଁମୁହିଁ ହୋଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ଓ ଆଇସିଡିଏସ ସଂଯୋଜକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ କାର୍ଯ୍ୟାଳୟରେ । ବ୍ଲକର କୁଡିଆ ଗାଁର ସବୁଧା କେନ୍ଦ୍ର ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ନେଇ ୪ଟି ଏସଏଚଗର ପ୍ରାୟ ୩୦ରୁ ଅଧିକ ମହିଳା ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ । ଅନିୟମିତତା ନେଇ ଆଇସିଡିଏସ ସଂଯୋଜକ ଗଜେନ୍ଦ୍ର ମଲ୍ଲିକଙ୍କୁ ପଚାରିଥିଲେ । ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା ଏବଂ ଶେଷରେ ମହିଳାମାନେ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା ନେଇ ବସ୍ତା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ତେବେ ଉତ୍ତ୍ୟକ୍ତ ମହିଳା ତାଙ୍କୁ ଗୋଡ଼ାଇ ଗୋଡ଼ାଇ ସେଠାରେ ପହଞ୍ଚି ମଧ୍ୟ ମାଡ଼ ମାରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ବ୍ଲକର ଅନ୍ୟ କର୍ମଚାରୀମାନେ ଅଧିକାରୀଙ୍କୁ ଉଦ୍ଧାର କରିଥିଲେ। ଏନେଇ ପ୍ରଥମେ ମହିଳାମାନଙ୍କ ତରଫରୁ ବସ୍ତା ଥାନାରେ ଅଭିଯୋଗ କରିଥିବା ବେଳେ ବ୍ଲକ୍ ତରଫରୁ ମଧ୍ୟ ଅନ୍ୟ ଏକ ପୃଥକ୍ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଏନେଇ ସମ୍ପୃକ୍ତ ଅଧିକାରୀଙ୍କୁ ଯୋଗାଯୋଗ ସମ୍ଭବ ହେଉନାହିଁ। ତେବେ ଘଟଣାର ତଦନ୍ତ ଚାଲିଛି ବୋଲି ବସ୍ତା ଥାନା ଅଧିକାରୀ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/TUKJMUKMJ.png)