କନକ ବ୍ୟୁରୋ : ନ୍ୟାୟ ପାଇଁ ୮ ବର୍ଷର ପୁଅକୁ ଧରି ସ୍ୱାମୀ ଘର ଆଗରେ ଧାରଣାରେ ବସିଲେ ସ୍ତ୍ରୀ । ବାଲେଶ୍ୱର ଜିଲ୍ଲୀ ସିଂଲା ଥାନା ନାବରା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସ୍ୱାମୀ ହରିପଦ ଦେଙ୍କ ଘର ଆଗରେ ପୁଅକୁ ଧରି ଧାରଣରେ ବସିଛନ୍ତି ସ୍ତ୍ରୀ ଶୁଭସ୍ମିତା ଦେ । କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଭରଣ ପୋଷଣ ବାବଦ ଅର୍ଥ ସ୍ୱାମୀ ନଦେବାରୁ ସେ ଗତ ସେପ୍ଟେମ୍ବର ମାସରେ ଶ୍ୱଶୂର ଘର ଆଗରେ ଧାରଣା ଦେଇଥିଲେ ।

Advertisment

କିନ୍ତୁ ସେ ସମୟରେ ପୁଲିସ ଓ ବାଲେଶ୍ୱର ଶିଶୁ ସୁରକ୍ଷା ବିଭାଗର କର୍ମଚାରୀ ତାଙ୍କୁ ବଳ ପୂର୍ବକ ଉଠାଇ ନେଇଥିଲେ । ଏଥିସହ ଘଟଣାର ତଦନ୍ତ କରି ଶୁଭସ୍ମିତା ଓ ପୁଅକୁ ଶାଶୂ ଘରେ ସୁରକ୍ଷିତ ଭାବେ ଥଇଥାନ କରିବାକୁ ସିଂଲା ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ରା ସିଂଲା ପୁଲିସ କୌଣସି ସହ ଯୋଗ ନକରିବାକୁ ପୁଅକୁ ଧରି ଧାରଣାରେ ବସିଛନ୍ତି ଶୁଭସ୍ମିତା ଦେ ।