ଭୋଗରାଇରେ ଚୋରା ମଦ ମାଫିଆଙ୍କୁ ନିର୍ଦ୍ଧୁମ ଛେଚା  : ଏନଜିଓ ମୁଖ୍ୟଙ୍କ ସମେତ ଦୁଇ ଜଣଙ୍କୁ ଉଦ୍ଧାର କଲା ପୋଲିସ; ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା 

78

କନକ ବ୍ୟୁରୋ : ମଦ ବ୍ୟବସାୟୀଙ୍କୁ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ । ଭୋଗରାଇ ଥାନା ଅନ୍ତର୍ଗତ କାନ୍ଥି ଭଉଁରୀ ଗାଁରେ ଦେଶୀ ଓ ବିଦେଶୀ ମଦ ଭର୍ତ୍ତି ଭ୍ୟାନ ସହ ଦୁଇ ଜଣ ମଦ ବ୍ୟବସାୟୀଙ୍କୁ ଲୋକେ ନିର୍ଦ୍ଧୁମ ଛେଚିଛନ୍ତି । ଖବର ପାଇ ଭୋଗରାଇ ଥାନା ପୋଲିସ ଘଟଣାସ୍ଥଳରେ ପହଂଚିଛି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଦୁଇ ଜଣଙ୍କୁ ଉଦ୍ଧାର କରିଛି । ଘଟଣାସ୍ଥଳରୁ ଦୁଇଟି ଗାଡ଼ି ଜବତ କରିଛି ପୋଲିସ । ଛେଚା ଖାଇଥିବା ଲୋକଙ୍କ ମଧ୍ୟରେ ଜଣେ ପ୍ରତିଷ୍ଠିତ ଏନଜିଓ ଓ ହୋଟେଲ ମାଲିକ ହୋଇଥିବା ବେଳେ ଆଉ ଜଣେ ମଦ ମାଫିଆ ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ।