କନକ ବ୍ୟୁରୋ : ବାଲେଶ୍ୱରରେ ଅଭାବନୀୟ କାଣ୍ଡ । ବଡ଼କିଆ ସ୍ଥିତ ପାଗନଇରେ ୪ଜଣଙ୍କୁ ହତ୍ୟା । ଗୋଟିଏ ପରିବାରର ୪ଜଣଙ୍କୁ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା, ୨ଝିଅ ଓ ଜଣେ ପୁଅ ଅଛନ୍ତି । ମା’ ଝିଅ ପୁଅ ସହ ଜଣେ ସମ୍ପର୍କୀୟ ଝିଅଙ୍କୁ ହତ୍ୟା କରାଯାଇଛି । ଅନାବାଦୀ ଜାଗାରେ ନିର୍ମାଣ ହୋଇଥିବା ଘରକୁ କେନ୍ଦ୍ର କରି ହୋଇଥିବା ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/vlcsnap-2017-01-28-09h32m37s666.png)