କନକ ବ୍ୟୁରୋ: ବ୍ୟାଟେରି ଗାଡି ତିଆରି ଚର୍ଚ୍ଚାରେ ବାଲେଶ୍ୱର ବାହାନଗା ଅଞ୍ଚଳର ନେପାଳଚନ୍ଦ୍ର ମହାନ୍ତି । ବିଏଡ ପାସ୍ କରିବା ପରେ ଟିଉସନ କରି ଗୁଜୁରାଣ ମେଣ୍ଟାଉଛନ୍ତି ନେପାଳଚନ୍ଦ୍ର । ଶିକ୍ଷକ ଚାକିରି ପାଇଁ ପଢାପଢି କରୁଥିବା ବେଳେ ବଳକା ସମୟରୁ ବ୍ୟାଟେରି ଚାଳିତ ବାଇକ ତିଆରି କରୁଛନ୍ତି । ଯାହା ଯୁବପିଢିଙ୍କ ବେସ୍ ପସନ୍ଦ ପାଲଟିଛି । ଥରେ ଚାର୍ଜ କଲେ ୬୦ରୁ ୭୦ କିଲୋମିଟର ଯାଉଛି ବାଇକ । ପୁରୁଣା ବାଇକରେ ଇଞ୍ଜିନ ଖୋଲି ସେଥିରେ ନିଜ ଜ୍ଞାନ କୌଶଳରେ ବ୍ୟାଟେରି ସଂଯୋଗ କରୁଛନ୍ତି । ଏଥିପାଇଁ ପ୍ରାୟ ୫୫ ହଜାର ଟଙ୍କାର ଉପକରଣ ଲାଗୁଛି । ଏହି ବାଇକକୁୁ ୭ ଘଣ୍ଟା ଚାର୍ଜ କଲେ ୬୦ରୁ ୬୫ କିଲୋମିଟର ଯାଉଛି