କନକ ବ୍ୟୁରୋ : ମଦ ନିଶାରେ ବାପାକୁ ହାଣିଲା ପୁଅ । ଅଭିଯୁକ୍ତ ପୁଅର ଗୋଡ ହାତ ବାନ୍ଧି ପୋଲିସକୁ ଖବର ଦେଲେ ଗାଁଲୋକ । ଗତକାଲି ରାତିରେ ପୁଅ ଶ୍ରୀକାନ୍ତ ନାଇକି ମଦ ପିଇ ଘରକୁ ଆସି ବାପା ସହ ପାଟିତୁଣ୍ଡ କରି ଏଭଳି ଘଟଣା ଘଟାଇଥିବା ଗାଁଲୋକ କହିଛନ୍ତି । ଘଟଣାକୁ ଅନେକ ସମୟ ବିତି ଥିଲେ ମଧ୍ୟ ଗାଁରେ ଏପର୍ଯ୍ୟନ୍ତ ପହଂଚି ପାରି ନାହିଁ ପୋଲିସ ।
ସୂଚନାନୁସାରେ, ବାଲେଶ୍ୱର ଜିଲ୍ଲା ଔପଦା ଥାନା ଫତେପୁର ପଂଚାୟତ ପାଇକପଡା ଗାଁରେ ଘଟିଛି ଏହି ଅଭାବନୟ ଘଟଣା ।ଗତକାଲି ରାତିରେ ଏହି ଗ୍ରାମର ୩୫ ବର୍ଷୀୟ ଶ୍ରୀକାନ୍ତ ନାଇକି ତାଙ୍କ ବାପା ୬୫ ବର୍ଷୀୟ ଅନାମ ନାୟକଙ୍କୁ କଟୁରିରେ ବିଭତ୍ସ ଭାବେ ହାଣି ହତ୍ୟା କରିଛି । ଅଭିଯୁକ୍ତ ପୁତ୍ର ଶ୍ରୀକାନ୍ତ ବାପା ଅନାମ କୁ ଭତ୍ତା ଟଙ୍କା ମାଗି ଥିଲେ ସେ ନ ଦେବାରୁ ଏପ୍ରକାର ଘଟଣା ଭିଆଇଛି ବୋଲି ଥାନା ଆଇଆଇସି କହିଛନ୍ତି । ଆଜି ସକାଳେ ଗ୍ରାମ ବାସୀ ମାନେ ଦେଖି ଅଭିଯୁକ୍ତ ଶ୍ରୀକାନ୍ତ କୁ ଗୋଡ଼ ହାତ ବାନ୍ଧି ପକାଇ ଦେଇ ପୋଲିସ କୁ ଖବର ଦେଇ ଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଥିଲା ବେଳେ ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିବା ଜଣାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/12_03_2018-murder-deadbody.jpg)