ଘରେ ପଡ଼ିଲା ଲକ୍ଷ୍ମୀଙ୍କ ପାଦ, ପୂରଣ ହେଲା ବାପାଙ୍କ ଆଶା । ଝିଅ ଜନ୍ମ ହେବା ଖୁସିରେ ଅଶ୍ୱିନୀ କୁମାର ତୋଳିଲେ ଗଣେଶ ମନ୍ଦିର ।

189

କନକ ବ୍ୟୁରୋ: ଝିଅକୁ ଅଲୋଡ଼ା ଭାବି ଜନ୍ମରୁ କିଏ ମାରି ଦେଉଛି ତ କିଏ ଫୋପାଡ଼ି ଦେଉଛି । କିନ୍ତୁ କିଛି ଲୋକ ଅଛନ୍ତି, ଯିଏ ଝିଅର ମହତ୍ୱକୁ ଭଲଭାବେ ଜାଣନ୍ତି । ଆଉ ଝିଅ ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଠିକ୍ ସେତିକି ଜଣେ ବ୍ୟକ୍ତି ହେଉଛନ୍ତି ବସ୍ତା ବ୍ଲକ ନାଇକୁଡି ପଂଚାୟତ ରାଜୁଆପଡା ଗ୍ରାମର ଅଶ୍ୱିନୀ କୁମାର ପଣ୍ଡା । ଯିଏ ଝିଅ ଜନ୍ମ ହେଲେ ମନ୍ଦିର ତୋଳିବାକୁ ମାନସିକ କରିଥିଲେ । ଆଉ ମାନସିକ ପୂରଣ ହେବା ପରେ ଗଣେଶ ମନ୍ଦିର ତିଆରି କରିଛନ୍ତି ।

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ନାଇକୁଡି ପଂଚାୟତ ରାଜୁଆପଡା ଗ୍ରାମର ଅଶ୍ୱିନୀ କୁମାର ପଣ୍ଡା । ଅଶ୍ୱିନୀ ପେସାରେ ଜଣେ ଇଞ୍ଜିନିୟର । ଅଶ୍ୱିନୀ ଏବଂ ତାଙ୍କ ସ୍ତ୍ରୀ ଅଞ୍ଜନା ପଣ୍ଡାଙ୍କ ପ୍ରଥମେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଦ୍ୱିତୀୟ ସନ୍ତାନ ଝିଅ ପାଇଁ ଏହି ଦମ୍ପତ୍ତିି ଗଣେଶଙ୍କ ନିକଟରେ ମାନସିକ କରିଥିଲେ । ଝିଅ ହେଲେ ଗଣେଶ ମନ୍ଦିର ନିର୍ମାଣ କରିବେ ବୋଲି ମାନସିକ ରଖିଥିଲେ । ଆଉ ଝିଅ ଜନ୍ମହେବା ପରେ ଗ୍ରାମରେ ଗଣେଶଙ୍କ ମନ୍ଦିର ପ୍ରତିଷ୍ଠା କରିଛନ୍ତି ଏହି ଦମ୍ପତ୍ତିି ।