ପ୍ରେମ ପାଇଁ ଦିଲ୍ଲୀରୁ ପଲ୍ଲୀ : ବିବାହର ପ୍ରତିଶ୍ରୃତି ଦେଇ ଠକିଦେଲା ଯୁବକ । ନ୍ୟାୟ ପାଇଁ  ପ୍ରେମିକାଙ୍କ ପ୍ରେମିକର ଘର ଆଗରେ ଧାରଣା । ବାଲେଶ୍ୱରରର ଲଭ ସେକ୍ସ ଧୋକାର କାହାଣୀ

887

କନକ ବ୍ୟୁରୋ : ପ୍ରେମ ପାଇଁ ଦିଲ୍ଲୀରୁ ପଲ୍ଲୀ ।  ବିବାହର ପ୍ରତିଶ୍ରୃତି ଦେଇ ଠକିଦେଲା ପ୍ରେମିକ ।  ନ୍ୟାୟ ପାଇଁ ପ୍ରେମିକର ଘର ଆଗରେ  ପ୍ରେମିକାର ଧାରଣା ।  ଏଭଳି ଘଟଣା ଦେଖିବାକୁ ମିଳିଛି  ବାଲେଶ୍ୱର ଜିଲ୍ଲା  ରୁପ୍ପା ଥାନା  ଗଡପଦା ପଂଚାୟତ  ଓଡିଆଶାସନ ଗାଁରେ ।  ଅଭିଯୋଗ ଅନୁସାରେ,  ପ୍ରେମିକ  ବିଶ୍ୱଜିତ ବିଶ୍ୱାଳଙ୍କ ଘର ରୁପ୍ସା ଥାନା ଓଡିଆ ଶାସନ ହୋଇଥିବାବେଳେ ପ୍ରେମିକାଙ୍କ ଘର ପଶ୍ଚିମବଙ୍ଗର ହୁଗୁଳି ଅଂଚଳରେ । ଉଭୟ ଦିଲ୍ଲୀରେ ନୋଇଡା ଅଂଚଳର ଏକ ଲୁଗା କମ୍ପାନୀରେ କାମ କରୁଥିଲେ ।  ଉଭୟ ଦିଲ୍ଲୀରେ ରହିବା ସମୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ତେବେ ଗତ କିଛିଦିନ ତଳେ  ବିଶ୍ୱଜିତ ଘରକୁ ଆସି ଫେରିନଥିଲେ କି  ସଂପୃକ୍ତ ଝିଅକୁ ଫୋନ କରିନଥିଲେ ।

ଏପଟେ ପରିବାର ଲୋକଙ୍କ ପସନ୍ଦରେ  ଅନ୍ୟ ଜଣେ ଝିଅ ସହିତ  ବିଶ୍ୱଜିତଙ୍କ ବାହାଘର  ହେଉଥିବା ଖବର ପାଇଁ  ସଂପୃକ୍ତ ଝିଅ  ଦିଲ୍ଲୀରୁ ବାଲେଶ୍ୱର ଆସି  ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି  । ଏ ନେଇ ପୁଲିସରେ ବି ଅଭିଯୋଗ ହୋଇଛି । ସ୍ଥାନୀୟ ପୁଲିସ , ସଂରପଚ ଯୁବକଙ୍କୁ ବୁଝାଇଥିବାବେଳେ କିଛି ସୁଫଳ ମିଳିନାହିଁ ।  ବିବାହ ସ୍ଥଗିତ ରହିଛି ।  ପ୍ରେମିକ ବିଶ୍ୱଜିତ ବି ଫେରାର ହୋଇଯାଇଛନ୍ତି ।