ବାଲେଶ୍ୱରରେ ଯୁବକଯୁବତୀଙ୍କ ଆତ୍ମହତ୍ୟା ! ପ୍ରେମରେ ବିଫଳ ପରେ ବିଷ ପିଇ ଥିଲେ ପ୍ରେମୀଯୁଗଳ

36

କନକ ବ୍ୟୁରୋ: ଆଜି ସକାଳେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ହଳଦୀପଦା ଗାଁମୁଣ୍ଡ ଛକ ଉପରେ ଥିବା ଏକ ଚାଳିଆରୁ ଜଣେ ଯୁବତୀ ଓ ଜଣେ ଯୁବକଙ୍କୁ ମୁମୂର୍ଷୁ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଉଭୟଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ ଯୁବକ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଆଜି ସକାଳେ କେତେକ ଲୋକ ବିଲକୁ ଚାଷ କାମ ପାଇଁ ଯାଉଥିବା ବେଳେ ହଳଦୀପଦା ଗାଁ ମୁଣ୍ଡରେ ମୁମୂର୍ଷୁ ଅବସ୍ଥାରେ ପଡ଼ି ଗଁ ଗଁ ହେଉଥିବା ଦୁଇଜଣ ଯୁବକ ଯୁବତୀଙ୍କୁ ଦେଖିଥିଲେ । ସଙ୍ଗେ ସଙ୍ଗେ ଲୋକେ ୧୦୮ ଆମ୍ବୁଲାନ୍ସ ଡାକି ଉଭୟଙ୍କୁ ଡାକ୍ତରଖାନାକୁ ପଠାଇ ଦେଇଥିଲେ । ସେଠାରେ ଉଭୟଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି ।

ମୃତ ଯୁବକ ଜଣକ ହେଉଛନ୍ତି ପରମାନନ୍ଦ ମୂଳା ଓ ସେ ବିବାହିତ । ତଥାପି ସେହି ଗ୍ରାମର ଆରତୀ ମୂଳା ନାମକ ଜଣେ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏଥିପାଇଁ ଉଭୟ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ବିଷ ପିଇ ଦେଇଥିଲେ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି । ପୁଲିସ ମତଦେହ ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ବୋଲି ପୁଲିସ କହିଛି ।