କନକ ବ୍ୟୁରୋ: ଚାଲିଛି ଭୋଟ୍ ଗଣତି ପ୍ରକ୍ରିୟା ବାଲେଶ୍ୱରରେ ପୁଣି ବାଜି ମାରିନେବ କି ବିଜେଡି? କାରଣ ବର୍ତ୍ତମାନ ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁସାରେ ବାଲେଶ୍ୱର ବିଜେଡି ଲୋକସଭା ପ୍ରାର୍ଥୀ ରବିନ୍ଦ୍ର ଜେନା ବିଜେପି ଅଭିଜ୍ଞ ନେତା ପ୍ରତାପ ଷଡ଼ଙ୍ଗୀଙ୍କୁ ପଛରେ ପକାଇ ଆଗେଇ ଚାଲିଛନ୍ତି । ତେବେ ରବିନ୍ଦ୍ର ପାଖାପାଖି ୧୧ଶହରୁ ଉଦ୍ଧ୍ୱର୍ ଭୋଟ୍ ବ୍ୟବଧାନରେ ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ ଆଗୁଆ ରହିଥିବା ଇସିଆଇ ଫଳାଫଳ ସୂତ୍ରରୁ ଜଣାପଡ଼ିଛି ।
ଅନ୍ୟପଟେ କଂଗ୍ରେସର ଯୁବ ନେତା ତଥା ପ୍ରଥମଥର ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇ ଭାଗ୍ୟ ପରୀକ୍ଷା କରୁଥିବା ନବଜ୍ୟୋତି ପଟ୍ଟନାୟକ ବର୍ତ୍ତମାନ ସୁଦ୍ଧା ତୃତୀୟ ସ୍ଥାନରେ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/D6dM7ztUIAAoHuv-1.jpg)