ବାଲେଶ୍ୱର ବସ୍ତାରେ ଚାଂଚଲ୍ୟ : ବଡ ଭାଇକୁ ମାରି ପୋତିଥିଲା ସାନଭାଇ । ତଦନ୍ତ ପାଇଁ ସାତ ଦିନ ପରେ ମାଟି ତଳୁ ପୋଲିସ ବାହାର କଲା ଶବ । ସାନ ଭାଇ ସମେତ ୫ ଜଣ ଗିରଫ

511

କନକ ବ୍ୟୁରୋ : ବାଲେଶ୍ୱର ବସ୍ତା ଅଂଚଳରୁ ଆସିଛି ଏକ ଚାଂଚଲ୍ୟକର ଖବର । ବଡ ଭାଇକୁ ମାରି ହତ୍ୟା କରି ପୋତି ଦେଇଥିଲା ସାନ ଭାଇ ।  ତଦନ୍ତ ପାଇଁ ସାତ ଦିନ ପରେ ମାଟି ତଳୁ  ଶବ ବାହାର କଲା ପୋଲିସ ।  ସୂଚନା ଅନୁଯାୟୀ, ସାନ ଭାଇ ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିବା ପରେ ବସ୍ତା ପୋଲିସ  ଏବଂ ସାଇଂଟିଫିକ୍ ଟିମ୍ ପହଁଂଚି ମାଟିତଳୁ ଶବ ଉଦ୍ଧାର କରିଛନ୍ତି । ଏବଂ ପୋଲିସ ସାନ ଭାଇ ସମେତ ୫ ଜଣଙ୍କୁ ଗିରଫ କରିଛି ।

ଗତ ୧୦ ତାରିଖ ଦିନ ସାମାନ୍ୟ ବଚସାକୁ କେନ୍ଦ୍ର କରି ସାନଭାଇ ରୋହିତ ହେମ୍ବ୍ରମକୁ ପିଟି ପିଟି ହତ୍ୟା କରି ଗ୍ରାମ ନିକଟରେ ଥିବା କ୍ଷେତରେ ଶବକୁ ଅଖାରେ ଭର୍ତି କରି ପୋତି ଦେଇଥିବା ଅଭିଯୋଗ ହୋଇଥିଲା ।