କନକ ବ୍ୟୁରୋ : ବାଲେଶ୍ୱରରେ ଥିବା ସିଦ୍ଧିବିନାୟକ ମନ୍ଦିର ଆଗରେ ପଡ଼ିଛି ଶିଶୁଙ୍କ ମୃତଦେହ । ସାମାନ୍ୟ ବର୍ଷା ହେଲେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ପଛ ଗେଟ୍ ପଟେ ମେଡିକାଲର ସମସ୍ତ ବର୍ଯ୍ୟବସ୍ତୁ ରାସ୍ତାକୁ ଭାସି ଆସିଥାଏ । ଆଜି ସକାଳଠାରୁ ବାଲେଶ୍ୱରରେ ବର୍ଷା ହେଉଥିବାରୁ ହସ୍ପିଟାଲ ଭିତରୁ ଏକାଧିକ ଶିଶୁଙ୍କ ମୃତଦେହ ଭାସି ଆସି ବାହାରେ ପଡ଼ିଥିବା ଦେଖିବାକୁ ମିଳିଛି । ହସ୍ପିଟାଲରେ ବର୍ଯ୍ୟବସ୍ତୁ ପରିଚାଳନା ଠିକ୍ ଭାବେ ହେଉନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।
ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ପଛପଟେ ପଡିଛି ଏକାଧିକ ମୃତଦେହ । ବର୍ଷା ଯୋଗୁଁ ଶିଶୁଙ୍କ ମୃତଦେହ ଭାସି ଆସୁଥିବା ସନ୍ଦେହ
/kanak/media/post_attachments/wp-content/uploads/2022/02/37-2.jpg)