ବାଲେଶ୍ୱର ଜଳେଶ୍ୱରକୁ ନାକେଦମ୍ କଲାଣି ଲଗାଣ ବର୍ଷା । ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଗାଁ ଗଣ୍ଡାରେ ଜମି ରହିଛି ପାଣି । ଜଳବନ୍ଦୀ ହଜାର ହଜାର ଜୀବନ
କନକ ବ୍ୟୁରୋ: ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ହାଲ୍ ବେହାଲ । ଜଳେଶ୍ୱର, ବସ୍ତା ସମେତ ଅନେକ ଅଞ୍ଚଳରେ ପାଣି ପଶିଯାଇଛି । ୫୦ରୁ ଅଧିକ ଗାଁ ଜଳମଗ୍ନ ହୋଇରହିଛି । ବିଦ୍ୟାଳୟ ଭିତରେ ବି ପାଣି ଜମି ରହିଛି । ଜଳେଶ୍ୱର ବ୍ଲକର ବିଭିନ୍ନ ପଞ୍ଚାୟତର ଶହଶହ ଘର ଜଳବନ୍ଦୀ ହୋଇ ରହିଛି । ବିଶେଷ କରି ଗବରଘଟା, ନିଶ୍ଚିମପୁର, ଆରୁହା, ସୁଗୋ ଓ ନାମ୍ପୋ ପଞ୍ଚାୟତ ବେଶ ପ୍ରଭାବିତ ହୋଇଛି । ୫ ଦିନ ହେଲାଣି ଶହ ଶହ ପରିବାର ପାଣି ଘେରରେ ରହିଛନ୍ତି । କାହା ଘରେ ଏପର୍ଯ୍ୟନ୍ତ ଚୁଲି ଜଳୁନି । କେବଳ ଶୁଖିଲା ଖାଦ୍ୟକୁ ଭରସା କରି ଗା ଁଲୋକ ରହିଛନ୍ତି । କିଛି ପରିବାର ଲୋକ ସ୍କୁଲ ଓ ଉଚ୍ଚ ସ୍ଥାନକୁ ପଳାଇ ଯାଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
- ଡ୍ରେନେଜ୍ ବିଭାଗର ଚରମ ଅବହେଳା
- ଗାଁ ଗଣ୍ଡାରୁ ନିଷ୍କାସିତ ହୋଇପାରୁନି ବର୍ଷା ଜଳ
- ପାଣି ଘେରରେ ଶହଶହ ଗାଁ, ଜଳବନ୍ଦୀ ଜୀବନ
ତେବେ ଜଳେଶ୍ୱର ଅଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ପୁରା ବିପର୍ଯ୍ୟସ୍ତ ହୋଇପଡିଛି । ତେଣୁ ପଶ୍ଚିମବଙ୍ଗରୁ ଆସୁଥିବା ପାଣି ଓ ସ୍ଥାନୀୟ ଅଞ୍ଚଳର ବର୍ଷା ଜଳ ସଠିକ୍ ଢଙ୍ଗରେ ନିଷ୍କାସିତ ହୋଇପାରୁନାହିଁ । ଫଳରେ ବର୍ଷ ବର୍ଷ ଧରି ବର୍ଷା ଦିନେ ଲୋକେ ଜଳବନ୍ଦୀ ଜୀବନ ବିତାଇବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି ।
- ଲଗାଣ ବର୍ଷାରେ ବେହାଲ..
- ରେଳ ଧାରଣାରେ ଧସିଲା ମାଟି ଅତଡ଼ା
ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ନିଧିପଣ୍ଡା ନିକଟ ରେଳ ଧାରଣାରେ ମାଟି ଅତଡା ଧଶି ଯାଇଛି । ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଡାଉନ ଲାଇନରେ ଟ୍ରେନ୍ ଚଳାଚଳ ବନ୍ଦ ଥିବା ବେଳେ ପାସେଞ୍ଜର ଓ ମାଲବାହୀ ଟ୍ରେନ ବାତିଲ କରାଯାଇଛି । ଯୁଦ୍ଧକାଳୀନ ଭିତିରେ ଟ୍ରେନ୍ ଟ୍ରାକ୍ରେ ମରାମତି କରାଯାଉଛି । ଅପଲାଇନରେ ଟ୍ରେନ୍ ଗୁଡ଼ିକ ଧୀର ଗତିରେ ଚାଲୁଛି । ଟ୍ରେନ୍ ଅଟକି ରହିଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।