କନକ ବ୍ୟୁରୋ: ଯେଉଁ ବୟସରେ ବ୍ୟାଗ୍ ଧରି ସ୍କୁଲ ଯାଇଥାନ୍ତା ଓ ସାଙ୍ଗସାଥି ମେଳରେ ଖେଳିଥାଆନ୍ତା ସେଇ ବୟସରେ ଠିକ ସେ ଚାଲିବାକୁ କି ନିଜ ହାତରେ ଖାଇବାକୁ ଅସମର୍ଥ ୭ ବର୍ଷର କୁନି ଝିଅ ଗାୟତ୍ରୀ। ଅସ୍ବାଭାବିକଭାବେ ମୁଣ୍ଡ ବଢୁଛି, ଶୋଇଲେ ବି ଆଖିର ପଲକ ପଡୁନି । ଶରୀର କ୍ଷୀଣ ହେଇଯାଉଛି । ଚିକିତ୍ସା ପାଇଲେ ପୁଣି କୁନି ଝିଅଟି ହସିବ ହେଲେ ଅର୍ଥ ଅଭାବ ଚିକିତ୍ସାରେ ସାଜିଛି ବାଧକ। ଜୀବନ ଯନ୍ତ୍ରଣାର ଦୋ-ଛକିରେ ୭ ବର୍ଷର ଝିଅ ଗାୟତ୍ରୀ । ଶୋଇଲେ ଆଖର ପଲକ ପଡୁନି, ଆପେ ଆପେ ଗୋଡ-ହାତ ସବୁ ବଙ୍କା ହୋଇଯାଉଛି । ବିନା ସାହାରାରେ ଚାଲି ପାରୁନି ବାଲେଶ୍ୱର ସଦର ବ୍ଲକ ପଦ୍ମପୁରର ପ୍ରକାଶ ପାତ୍ରଙ୍କ ସାନ ଝିଅ ଗାୟତ୍ରୀ ।
ଜନ୍ମରୁ ୨ ବର୍ଷ ଯାଏଁ ସବୁ କିଛି ଠିକଠାକ୍ ଥିଲା । ହେଲେ ପରେ ଗାୟତ୍ରୀର ହାର୍ଟ ସମସ୍ୟା ଦେଖାଦେବାରୁ ଅପରେସନ୍ କରାଯାଇଥିଲା । ସେହି ଅପରେସନ୍ ପର ଠାରୁ ସୁସ୍ଥ ହେବା ବଦଳରେ ଅଧିକ ଅସୁସ୍ଥ ହୋଇଗଲା କୁନି ଝିଅ । ଆଉ ହୋଟେଲରେ କାମ କରୁଥିବା ବାପା, ଝିଅ ଚିକିତ୍ସା ବାବଦରେ ନିଜର ସବୁ ସମ୍ବଳ ଖର୍ଚ କରି ସାରିବା ପରେ ଏବେ ଭଗବାନଙ୍କ ଭରସାରେ ଝିଅକୁ ଘରେ ରଖିଛନ୍ତି । ଆଉ ଗଣମାଧ୍ୟମ ଜରିଆରେ ସରକାରୀ ଓ ବେସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି । ସରକାର କି ବେସରକାରୀ ସୂତ୍ରରୁ ଆର୍ଥିକ ସହାୟତା ମିଳିଲେ କୁନି ଝିଅର ଚିକିତ୍ସା ହୋଇ ପାରନ୍ତା, ଆଉ ସେ ସୁସ୍ଥ ହୋଇ ଅନ୍ୟମାନଙ୍କ ଭଳିି ସ୍କୁଲ ଯାଆନ୍ତା, ଖେଳକୁଦ କରନ୍ତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
  /kanak/media/member_avatars/2025/05/31/2025-05-31t055911608z-1001121283.png ) 
                                
                             Follow Us
 Follow Us/kanak/media/post_attachments/wp-content/uploads/2021/02/vlcsnap-2021-02-27-17h11m08s679.png)