ନାସା ଯିବେ ବାଲେଶ୍ୱର ଝିଅ। ୯ ଦିନିଆ ନାସା ଟ୍ରିପ୍ ପାଇଁ ମନୋନୀତ ହେଲେ ଦୀକ୍ଷା ଗୁପ୍ତା । ଟପ ୫ରେ ରହିଲେ ମାଗଣାରେ ମିଳିବ ପାଠ ପଢିବାର ସୁଯୋଗ

149

କନକ ବ୍ୟୁରୋ: ନାଶା ଯିବେ ବାଲେଶ୍ୱରର ଝିଅ । ୯ ଦିନ ପାଇଁ ନାସା ଟ୍ରିପରେ ଯିବେ ବାଲେଶ୍ୱର ଗୋପାଳ ଗାଁର ଦୀକ୍ଷା ଗୁପ୍ତା । ନେସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ ପକ୍ଷରୁ ହେବାକୁ ଥିବା ଏକ ଅନ୍ତର୍ଜାତୀୟ ସମ୍ମିଳନୀ ପାଇଁ ଦୀକ୍ଷା ଗୁପ୍ତା ମନୋନୀତ ହୋଇଛନ୍ତି । ଏହି ଖବର ପାଇବା ପରେ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି ।

ତେବେ ସେଂଟ ଭିନସେଂଟ କନଭେଂଟ ସ୍କୁଲରେ ନବମ ଶ୍ରେଣୀ ପଢୁଥିବା ଝିଅ ଦୀକ୍ଷା ବାଲେଶ୍ୱର ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି । ‘ଗୋ ଫର ଗୁରୁ’ ଏକ ଅନଲାଇନ ସାଇଟରେ ‘ଇଫ ୟୁ ହେଡ ମିଟ ଆନ ଏଲିଏନ ଇନ ମାର୍ସ’ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଇଥିଲେ ଦୀକ୍ଷା । ଏହି ପ୍ରତିଯୋଗିତାରେ ୬ଟି ଦେଶର ଛାତ୍ରଛାତ୍ରୀ ଭାଗନେଇଥିଲେ । ସେଥିମଧ୍ୟରୁ ଦୀକ୍ଷା ମନୋନୀତ ହୋଇ ୯ ଦିନିଆ ନାସା ଟ୍ରିପ ଯିବା ପାଇଁ ନାସା ପକ୍ଷରୁ ମନୋନୀତ ହୋଇଛନ୍ତି ।
ନଭେମ୍ବର ୮ରେ ସେ ୯ ଦିନ ପାଇଁ ନାସା ଯିବେ । ସେଠାରେ ଅନ୍ତର୍ଜାତୀୟ ସମ୍ମିଳନୀରେ ସ୍ପେସ ଏସଷ୍ଟ୍ରୋନେଟମାନଙ୍କ ସହ ଆଲୋଚନା ଓ ପ୍ରତିଯୋଗିତା ହେବ । ସେଥିରେ ଟପ ଫାଇଭରେ ମନୋନୀତ ହେଲେ ନାସାରେ ମାଗାଣାରେ ପାଠ ପଢିବାର ସୁଯୋଗ ମିଳିବ ବୋଲି ଦୀକ୍ଷା ଗୁପ୍ତା କହିଛନ୍ତି ।

ଏହି ପ୍ରତିଯୋଗୀତାରେ ୬ଟି ଦେଶ ଯଥା ଜାପାନ, ଇଣ୍ଡୋନେସିଆ. ମାଲେସିଆ, ଚାଇନା, କୁଏତ ଏବଂ ଭାରତର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲା । କେବଳ ଭାରତକୁ ବିଭିନ୍ନ ସ୍କୁଲରୁ ୩ ହଜାର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଭାରତର ତାମିଲନାଡୁ ଓ ରାଜସ୍ଥାନରୁ ଦୁଇ ଜଣ ମନୋନୀତ ହୋଇଥିବା ବେଳେ ଓଡିଶାରୁ କେବଳ ଦୀକ୍ଷା ମନୋନୀତ ହୋଇଛନ୍ତି । ନଭେମ୍ବର ୮ରେ ୯ ଦିନ ପାିଁ ନାସା ଯିବେ ଦୀକ୍ଷା । ସେଠାରେ ଆନ୍ତର୍ଜାତୀୟ ସମ୍ମିଳନୀକେ ସ୍ପେସ୍ ଏସଷ୍ଟ୍ରୋନେଟମାନଙ୍କ ସହିତ ଆଲୋଚନା କରିବା ଏକ ପ୍ରତିଯୋଗୀତା ହେବ । ସେଥିରେ ୬ଟି ଦେଶର ଛାତ୍ରଛାତ୍ରୀମାନେ ଭାଗ ନେବେ । ସେଥଇରେ ଟପ୍ ୫ରେ ମନୋନୀତ ହେଲେ ନାସାରେ ମାଗଣାରେ ପାଠପଢିବାର ସୁଯୋଗ ମିଳିବ ବୋଲି ଦୀକ୍ଷା କହିଛନ୍ତି । ଭବିଷ୍ୟତରେ ସେ ମେଡିକାଲ ରିସର୍ଚ୍ଚ ଲାଇନରେ ଯିବାକୁ ଚାହାନ୍ତି ବୋଲି ଦୀକ୍ଷା କହିଛନ୍ତି ।