କନକ ବ୍ୟୁରୋ : ପୁଣି ଜଣେ ଚାଷୀ ଆତ୍ମହତ୍ୟା ଅଭିଯୋଗ । ଋଣଭାର ସହିନପାରି ଚାଷୀ ଜୀବନ ହାରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ବାଲେଶ୍ୱରର ସଦର ବ୍ଲକ୍ ଅନ୍ତର୍ଗତ ପାଖରାବାଡ ଗ୍ରାମର ସୁଦାମ ଖଟୁଆଙ୍କର କୀଟନାଶକ ପିଇବା ପରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ସୁଦାମ ଗତକାଲି କୀଟନାଶକ ପିଇ ବିଲରେ ପଡିଥିଲେ । ତାଙ୍କୁ ସେଠାରୁ ପ୍ରଥମେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
ସୁଦାମଙ୍କ ସ୍ତ୍ରୀଙ୍କ କହିଛନ୍ତି ସେ ଜଣେ ଭୂମିହୀନ ଚାଷୀ । ଭାଗ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ହାତ ଉଧାରି ଓ ଋଣ କରି ଚାଷ କରିଥିଲେ । ମାତ୍ର ପନିପରିବାର ଅଭାବି ବିକ୍ରି ସାଙ୍ଗକୁ ରବି ଫସଲରେ ପୋକ ଲାଗିବା କାରଣରୁ ଭାଙ୍ଗି ପଡିଥିଲେ ସୁଦାମ । ଗୋଟିଏ ପଟେ ଋଣଭାର ଅନ୍ୟପଟେ ପରିବାର ଚଳାଇବା ଚିନ୍ତାରେ କିଛି ଦିନ ଧରି ସେ ବିଚଳିତ ରହୁଥିଲେ ଏବଂ ଶେଷରେ ଏଭଳି ଚରମ ନିଷ୍ପତି ନେଇଛନ୍ତି ବୋଲି ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/Screen-shot-2017-03-15-at-7.20.27-PM.png)