କନକ ବ୍ୟୁରୋ: ଡିସିପି ଅଫିସରୁ ଅନୁମତି ପାଇଁ ଗାଡି ନେଇ ଯାଇଥିଲେ ପଶ୍ଚିମବଙ୍ଗ । କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କୁ ନେଇ କଲିକତା ଯାଇ ଫେରିବା ବେଳକୁ କରୋନା ପାଇଁ ସିଲ୍ ହୋଇଯାଇଛି ରାଜ୍ୟର ସୀମା । ଜଳେଶ୍ୱରର ଲକ୍ଷ୍ମଣନାଥ ଫାଟକ ନିକଟରେ ଫସି ରହିଛନ୍ତି ୧୫ରୁ ଅଧିକ ଗାଡି ଚାଳକ । କୋଲକାତାରୁ ଫେରିଥିବାରୁ ଜଳେଶ୍ୱର ସୀମାରେ ଫସିଛନ୍ତି ଏହି ଗାଡି ଚାଳକ ମାନେ ।
କେବଳ ଏହି ଜଣେ ଡ୍ରାଇଭର ନୁହଁନ୍ତି ଏହିପରି ପ୍ରାୟ ୧୫ରୁ ଅଧିକ ଡ୍ରାଇଭର ଗାଡି ସହିତ ଫସି ରହିଛନ୍ତି ସୀମାରେ । ନିକଟରେ ଓଡିଶା ଫେରିବାକୁ ଆବଶ୍ୟକ କାଗଜପତ୍ର ଥିଲେ ମଧ୍ୟ ଜଳେଶ୍ୱର ପୋଲିସ ଏହାକୁ ଗ୍ରହଣ କରୁନି । ପଶ୍ଚିମବଙ୍ଗରୁ ଫେରିଥିବାରୁ ସୀମାରେ ପୁରାଇ ଦେଉନି । ସେପଟେ ଜଳେଶ୍ୱର ସୀମାରେ ଖାଦ୍ୟ ପାନୀୟ କିଛି ମଧ୍ୟ ମୁଳିନି । ଭୋକ ଉପାସରେ ସେମାନେ ପଡି ରହିଛନ୍ତି ଜଳେଶ୍ୱର ସୀମାରେ । ଏବେ କିପରି ଓଡିଶା ଫେରିବେ ସେ ନେଇ ନିବେଦନ କରିଛନ୍ତି ଗାଡି ଚାଳକମାନେ ।