କନକ ବ୍ୟୁରୋ : ମହାମାରୀ ଚିହ୍ନୁନି ସମ୍ପର୍କ । ହଜିଯାଉଛି ମାନବିକତା । ରୋଗୀକୁ ପାଖରୁ ମୁହଁ ଫେରେଇ ନେଉଛନ୍ତି ସମ୍ପର୍କୀୟ । ଶେଷରେ ପରିବାର ଲୋଙ୍କ ପାଖରେ ନଦେଖି ଦୁଃଖରେ ଆଖି ବୁଜୁଛନ୍ତି ରୋଗୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରେ । ଖଇରା ବ୍ଲକ ଅସୁରିଆ ନନ୍ଦୋ ଗାଁରେ ଯୁବକ ସନ୍ନାସୀ ମହଲାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ।
ପରିବାର ଲୋକ ଯୁବକଙ୍କୁ ଡାକ୍ତରଖାନା ନେଇଥିଲେ । ସେଠି ଯୁବକଙ୍କର ପରୀକ୍ଷା ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । କରୋନା ସଂକ୍ରମିତ ହେବା ଖବର ପରିବାର ଲୋକେ ଶୁଣିବା ପରେ ପୁଅଙ୍କୁ ହସ୍ପିଟାଲରେ ଛାଡ଼ି ପରାଇ ଥିଲେ । ପରିବାର ଲୋକଙ୍କ ଫେରିବା ବାଟକୁ ଚାହିଁ ଚାହିଁ ଶେଷରେ ଆଖିବୁଜି ଦେଇଥିଲେ ପୁଅ । ସୋର ଡାକ୍ତରଖାନା ପକ୍ଷରୁ ପରିବାର ଲୋକଙ୍କୁ ତାଗିଦ କରାଯିବା ପରେ ଡାକ୍ତରଖାନା ପହଂଚିଥିଲେ ପରିବାର ଲୋକ । ଯୁବକଙ୍କ ମରଶୀରରକୁ କୋଭିଡ ଆମ୍ବୁଲାନ୍ସ ଯୋଗେ ପରିବାର ଲୋକେ ଶଶ୍ମାନ ନେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/25-8.jpg)