ବାଲେଶ୍ୱର ଟିକା କେନ୍ଦ୍ରରେ ଭିଡ : ମାନୁନାହାନ୍ତି କୋଭିଡ୍ ଗାଇଡଲାଇନ୍, ଜମୁଛି ଲୋକଙ୍କ ଗହଳି

60

କନକ ବ୍ୟୁରୋ : ବାଲେଶ୍ୱର ଟିକା କେନ୍ଦ୍ରରେ ଭିଡ । ଟିକା ପାଇଁ ଅନ୍ଧାରରୁ ଟିକା କେନ୍ଦ୍ର ବାହାରେ ଭିଡ ଜମାଇଛନ୍ତି ଲୋକେ । ଆଜି ବାଲେଶ୍ୱରର ୪ଟି କେନ୍ଦ୍ରରେ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଉଥିବା ବେଳେ ଲୋକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ସକାଳ ୫ଟାରୁ ଟୋକନ ଦିଆଯାଇଛି । ୭ଟାରୁ ଲୋକଙ୍କୁ ଟିକା ଦିଆଯାଉଛି ।

କୋଭିଡ ଗାଇଡଲାଇନକୁ ନମାନି ଟିକା କେନ୍ଦ୍ର ବାହାରେ ଲୋକଙ୍କ ଗହଳି ଜମିଛି । ଯଦି ଏହି ଭିଡ଼ ଭିତରେ କେହି ସଂକ୍ରମିତ ଥିବେ ତେବେ ଲୋକେ ଟିକା ନୁହେଁ ବରଂ କରୋନା ନେଇ ଲୋକେ ଘରକୁ ଯିବେ । ପ୍ରତ୍ୟେକ ଦିନ ୪୦୦ ଡୋଜ ଦିଆଯାଉଥିବା ବେଳେ ଯଥେଷ୍ଟ ଅଧିକ ଲୋକ ଟିକା କେନ୍ଦ୍ର ବାହାରେ ଆସି ଭିଡ ଲଗାଉଥିବା ଦେଖିବାକୁ ମିଳିଛି ।

Comments are closed.