କନକ ବ୍ୟୁରୋ : ବାଲେଶ୍ୱର ଟିକା କେନ୍ଦ୍ରରେ ଭିଡ । ଟିକା ପାଇଁ ଅନ୍ଧାରରୁ ଟିକା କେନ୍ଦ୍ର ବାହାରେ ଭିଡ ଜମାଇଛନ୍ତି ଲୋକେ । ଆଜି ବାଲେଶ୍ୱରର ୪ଟି କେନ୍ଦ୍ରରେ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଉଥିବା ବେଳେ ଲୋକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ସକାଳ ୫ଟାରୁ ଟୋକନ ଦିଆଯାଇଛି । ୭ଟାରୁ ଲୋକଙ୍କୁ ଟିକା ଦିଆଯାଉଛି ।
କୋଭିଡ ଗାଇଡଲାଇନକୁ ନମାନି ଟିକା କେନ୍ଦ୍ର ବାହାରେ ଲୋକଙ୍କ ଗହଳି ଜମିଛି । ଯଦି ଏହି ଭିଡ଼ ଭିତରେ କେହି ସଂକ୍ରମିତ ଥିବେ ତେବେ ଲୋକେ ଟିକା ନୁହେଁ ବରଂ କରୋନା ନେଇ ଲୋକେ ଘରକୁ ଯିବେ । ପ୍ରତ୍ୟେକ ଦିନ ୪୦୦ ଡୋଜ ଦିଆଯାଉଥିବା ବେଳେ ଯଥେଷ୍ଟ ଅଧିକ ଲୋକ ଟିକା କେନ୍ଦ୍ର ବାହାରେ ଆସି ଭିଡ ଲଗାଉଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/13-5.jpg)