ଦ୍ୱନ୍ଦ୍ୱ ବଢ଼ାଉଛି କରୋନା ରିପୋର୍ଟ । ଭିଡିଓ ବାର୍ତ୍ତା ଜାରି କରି ଅଭିଯୋଗ ଆଣିଲେ ବାଲେଶ୍ୱର ବାସିନ୍ଦା, ରିପୋର୍ଟ ଆଜି ନେଗେଟିଭ୍ ତ କାଲି ପଜିଟିଭ୍ । ସେପଟେ ସୋସିଆଲ ମିଡିଆରେ ବୁଲୁଥିବା ରିପୋର୍ଟ ବଢ଼ାଇଲା ଲୋକଙ୍କ ଦ୍ୱନ୍ଦ୍ୱ…

244

ବାଲେଶ୍ୱର ଜିଲ୍ଲାର ଏହି ବ୍ୟକ୍ତିଙ୍କ ବୟାନରୁ ହିଁ ସ୍ପଷ୍ଟ ଜଣା ପଡୁଛି ଯେ, ନେଗେଟିଭ୍ ଓ ପଜିଟିଭ୍ ରିପୋର୍ଟର ଗୋଲକ ଧନ୍ଦା ଭିତରେ କେମିତି ଛନ୍ଦି ହେଉଛନ୍ତି ସାଧାରଣ ଜନତା । ଏହି ବ୍ୟକ୍ତି ଜଣକ ଅସୁସ୍ଥ ଅନୁଭବ କରିବାକୁ ମେଡିକାଲ ଯାଇ ନମୂନା ପରୀକ୍ଷା କରିଥିଲେ । ଏହାର ତିନିଦିନ ପରେ ତାଙ୍କ ପାଖୁ ଫୋନ ଆସିଥିଲା ଯେ, ତାଙ୍କ ରିପୋର୍ଟ ପଜିଟିଭ । କୋଭିଡ ମେଡିକାଲ ଯିବାକୁ ପ୍ରସ୍ତୁତ ହୋଇ ରୁହନ୍ତୁ ଗାଡି ଯାଇ ପହଚିଂବ ବୋଲି କୁହାଗଲା । ହେଲେ ବ୍ୟକ୍ତି ଜଣକ ମେଡିକାଲ ଯିବା ପାଇଁ ପ୍ରସ୍ତୁତ ହୋଇ ବସିରହିଥିଲେ ବି  ଗାଡି ଆସିନଥିଲା । ଆଉ  କିଛି ସମୟ ପରେ ମେସେଜ ଆସିଥିଲା ବ୍ୟକ୍ତି ଜଣକଙ୍କ ରିପୋର୍ଟ ନେଗେଟିଭ ।

ବଡ଼ କଥା ହେଉଛି- କିଛି ଲୋକଙ୍କ କୋଭିଡ୍ ରିପୋର୍ଟ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ନେଇ ଅଭିଯୋଗ ଆସିଛି । ଗୋଟିଏ ପଟେ ଲୋକେ ନେଗେଟିଭ୍ ଓ ପଜିଟିଭ୍ ରିପୋର୍ଟର ଗୋଲକ ଧନ୍ଦାରେ ଛନ୍ଦି ହୋଇଥିବା ବେଳେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି କୋରାନା  ରିପୋର୍ଟ । କେବଳ ସେତିକି ନୁହେଁ ବାଲେଶ୍ୱରର ଆଉ ଜଣେ ବ୍ୟକ୍ତି ନମୂନା ପରୀକ୍ଷା ପରେ ତାଙ୍କ ରିପୋର୍ଟ ନେଗେଟିଭ ଥିବା ମେସେଜ ଆସିଥିଲା । କିନ୍ତୁ ମେଡିକାଲର ଏକ ପିଡିଏଫ ଫାଇଲରେ ସେ ପଜିଟିଭ ଥିବା ସୋସିଆଲ ମିଡିଆରେ ଜାଣିବାକୁ ପାଇଥିଲେ । ଆଉ ଏସବୁକୁ ନେଇ ଲୋକମାନେ ଏବେ ମାନସିକ ଚାପରେ ରହୁଛନ୍ତି ।