ସାଇକେଲରେ ବୁଲି ପ୍ରଚାର କରୁଛନ୍ତି ବାଲେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ : ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା ଓ ବିଜେପିର ପ୍ରତାପ ଷଡଙ୍ଗୀଙ୍କ ସହ ହେବ ଟକ୍କର

221

କନକ ବ୍ୟୁରୋ : ବାଲେଶ୍ୱର ଲୋକସଭା ଆସନରେ ହେଉଛି ବଡ ଲଢେଇ । ମୈଦାନରେ ଅଛନ୍ତି ବଡ ବଡ ନେତା । ଗତ ଥରର ଦୁଇ ପୁରୁଣା ପ୍ରତିଦ୍ୱନ୍ଦୀ ବିଜେଡିର ରବୀନ୍ଦ୍ର ଜେନା ଓ ବିଜେପିର ବଡ ନେତା ପ୍ରତାପ ଷଡଙ୍ଗୀଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ । ନବଜ୍ୟୋତି ପଟ୍ଟନାୟକ ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । କଂଗ୍ରେସ ଏହି ଲୋକସଭା ଆସନ ପାଇଁ ନୂଆ ରଣନୀତି ଆପଣେଇଛିି । ଆଉ ସାଇକେଲରରେ ବୁଲି ବୁଲି ପ୍ରଚାର କରୁଛନ୍ତି ନବଜ୍ୟୋତି ଓ ଅନ୍ୟ କଂଗ୍ରେସ ପ୍ରାର୍ଥୀ । ସାଇକେଲରେ ତାଙ୍କ ସହ ବାଲେଶ୍ୱର ବିଧାୟକ ପ୍ରାର୍ଥୀ ମାନସ ଦାସ ପଟ୍ଟନାୟକ ଓ ଅନ୍ୟ କଂଗ୍ରେସ ସମର୍ଥକ ବି ସାମିଲ ହୋଇଛନ୍ତି । ୨୦୧୪ ନିର୍ବାଚନରେ ଏହି ଆସନରୁ ରବୀନ୍ଦ୍ର ଜେନା ବିଜୟୀ ହୋଇଥିଲେ । ଦ୍ୱିତୀୟ ସ୍ଥାନରେ ଥିଲେ ପ୍ରତାପ ଷଡଙ୍ଗୀ ଓ ତୃତୀୟ ସ୍ଥାନରେ ଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ।

ସେପଟେ ଭଦ୍ରକ ଲୋକସଭା ଆସନରେ ବି ଏଥର ରୋଚକ ଲଢେଇ ଦେଖିବାକୁ ମିଳୁଛି । ଏଠାରେ ଅଭିମନ୍ୟୁ ବନାମ ମଂଜୁଲତା ବନାମ ମଧୁମିତାଙ୍କ ମଧ୍ୟରେ ଲଢେଇ ହେବ । ବିଜେପିରୁ ଅଭିମନ୍ୟୁ ସେଠୀ ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ଲଢୁଛନ୍ତି ମଂଜୁଲତା ମଣ୍ଡଳ ଓ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଧୁମିତା ସେଠୀ । ଅଭିମନ୍ୟୁ ସେଠୀ ହେଉଛନ୍ତି ବର୍ତ୍ତମାନ ସାଂସଦ ଅର୍ଜୁନ ସେଠୀଙ୍କ ପୁଅ । ସେ ନିକଟରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଅଭିମନ୍ୟୁ ଭଦ୍ରକରେ ପ୍ରଚାରକୁ ଜୋରଦାର କରିଛନ୍ତି ।