କନକ ବ୍ୟୁରୋ : ଦୁର୍ଘଟଣାର ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ । ବାଲେଶ୍ୱର ପୋଲିସ ଲାଇନ୍ ଛକରେ ଘଟିଥିବା ଏକ ଦୁର୍ଘଟଣାର ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ । ପୋଲିସ ଲାଇନ୍ ଛକରେ ଦୁଇଟି ବାଇକ୍ ଉପରେ ପିସିଆର ଭ୍ୟାନ୍ ମାଡି ଯିବାରୁ ଜଣେ ଗୁରୁତର ହୋଇଥିଲେ ।
ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇବା ସହ ଉତ୍ୟକ୍ତ ଲୋକେ ପିସିଆର ଭ୍ୟାନକୁ ଭଙ୍ଗାରୁଜା କରିଥିଲେ । ତେବେ ଖବର ସଂଗ୍ରହ ପାଇଁ ଘଟଣାସ୍ଥଳକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିବା ସହ କ୍ୟାମେରା ଭଙ୍ଗାରୁଜା ମଧ୍ୟ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-02-21h11m55s135.png)