ଭୋଟଦେଲା ବାଲେଶ୍ୱର ଓ ତିର୍ତ୍ତୋଲ । ଜାଣନ୍ତୁ ସନ୍ଧ୍ୟା ୬ଟା ସୁଦ୍ଧା କେତେ ପ୍ରତିଶତ ହେଲା ମତଦାନ?

ଆସନ୍ତାକାଲି ଦିନ ୧୨ଟା ସୁଦ୍ଧା ଚୂଡାନ୍ତ ଭୋଟିଂ ପ୍ରତିଶତ ନେଇ ସୂଚନା ମିଳିବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।

98

କନକ ବ୍ୟୁରୋ : ଉପନିର୍ବାଚନ ପାଇଁ ଦୁଇଟି ଆସନରେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଜନତା । । ସନ୍ଧ୍ୟା ୬ଟା ସୁଦ୍ଧା ବାଲେଶ୍ୱର ସଦରରେ ୭୧% ମତଦାନ ହୋଇଥିବା ବେଳେ ତିର୍ତ୍ତୋଲରେ ୬୯.୯% ମତଦାନ ରେକର୍ଡ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଆସନ୍ତାକାଲି ଦିନ ୧୨ଟା ସୁଦ୍ଧା ଚୂଡାନ୍ତ ଭୋଟିଂ ପ୍ରତିଶତ ନେଇ ସୂଚନା ମିଳିବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।

ଦୁଇ ସ୍ଥାନରେ ସକାଳ ୭ ଟାରୁ ସଂଧ୍ୟା ୬ ଟା ଯାଏଁ ମତଦାନ ହୋଇଥିଲା । କିଛି ସ୍ଥାନରେ ମତଦାନ ଜାରି ରହିଥିବା ସୂଚନା ମିଳିଛି । ତିର୍ତୋଲରେ ୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ଓ ବାଲେଶ୍ୱରରେ ୨ଲକ୍ଷ ୩୦ହଜାର ୨୯୭ ଜଣ ଭୋଟର ୩୪୬ଟି ଭୋଟର ଥିଲେ । କରୋନା କଟକଣା ଭିତରେ ଭୋଟଗ୍ରହଣ ହୋଇଥିଲା । ମତଦାନ ସମୟରେ ଭୋଟରଙ୍କ ଧାଡି ମଧ୍ୟରେ ୬ ଫୁଟର ଦୂରତା ଦେଖିବାକୁ ମିଳିଥିଲା । ସମସ୍ତ କରୋନା କଟକଣା ଭିତରେ ଭୋଟଦେବାକୁ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଥିଲା ।