ହୋଲିରେ ଅଘଟଣ ! ସୋର ଓ ପାଟକୁରାରେ ପୋଖରୀରେ ବୁଡି ୩ଶିଶୁ ମୃତ

55

କନକ ବ୍ୟୁରୋ : ହୋଲିରେ ଅଘଟଣ । ରାଜ୍ୟର ଦୁଇଟି ସ୍ଥାନରେ ପୋଖରୀରେ ବୁଡି ୩ଜଣଙ୍କର ମୃତ୍ୟୁ ହୋଇଛି । ସୋରରେ ରଙ୍ଗ ଖେଳି ଗାଧୋଇବାକୁ ଯାଇଥିବାବେଳେ ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ହେଉଛନ୍ତି ଆଟ୍ଟପୁର ପଂଚାୟତ ହାଂସିପାଟଣା ଗାଁର ପରମାନନ୍ଦ ରାଉତଙ୍କ ପୁଅ ସାଇସ୍ୱରୁପ । ହୋଲି ଖେଳି ସାରିବା ପରେ ପୋଖରୀକୁ ଗାଧେଇବାକୁ ଯାଇଥିବାବେଳେ ଗଭୀର ପାଣି ଭିତରକୁ ଖସି ପଡିଥିଲେ ୩ଜଣ ନାବାଳକ  । ତେବେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ସୋର ଡାକ୍ତରଖାନାରେ ଭର୍ତି କରାଯାଇଛି ।

ସେହିପରି ପାଟକୁରାରେ ବି ଅଘଟଣ ଘଟିଛି  । କେନ୍ଦ୍ରାପଡା ପାଟକୁରାରେ ବି ପୋଖରୀରେ ବୁଡି ଯାଇ ୨ଜଣ ବାଳକଙ୍କ ମୃତ୍ୟୁ ହୋଇଛି  । ହୋଲି ଖେଳିବା ପରେ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଯାଇ ଦୁଇ ଜଣ ବାଳକ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତ ଦୁଇ ଜଣ ବାଳକ ହେଲେ ନରସିଂହ ସୂତାରଙ୍କ ପୁଅ ଓ ଚୁଇଆଁ ନାୟକଙ୍କ ପୁଅ ବଟ ନାୟକ । ଏଭଳି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।