କନକ ବ୍ୟୁରୋ : ହୋଲିରେ ଅଘଟଣ । ରାଜ୍ୟର ଦୁଇଟି ସ୍ଥାନରେ ପୋଖରୀରେ ବୁଡି ୩ଜଣଙ୍କର ମୃତ୍ୟୁ ହୋଇଛି । ସୋରରେ ରଙ୍ଗ ଖେଳି ଗାଧୋଇବାକୁ ଯାଇଥିବାବେଳେ ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ହେଉଛନ୍ତି ଆଟ୍ଟପୁର ପଂଚାୟତ ହାଂସିପାଟଣା ଗାଁର ପରମାନନ୍ଦ ରାଉତଙ୍କ ପୁଅ ସାଇସ୍ୱରୁପ । ହୋଲି ଖେଳି ସାରିବା ପରେ ପୋଖରୀକୁ ଗାଧେଇବାକୁ ଯାଇଥିବାବେଳେ ଗଭୀର ପାଣି ଭିତରକୁ ଖସି ପଡିଥିଲେ ୩ଜଣ ନାବାଳକ । ତେବେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ସୋର ଡାକ୍ତରଖାନାରେ ଭର୍ତି କରାଯାଇଛି ।
ସେହିପରି ପାଟକୁରାରେ ବି ଅଘଟଣ ଘଟିଛି । କେନ୍ଦ୍ରାପଡା ପାଟକୁରାରେ ବି ପୋଖରୀରେ ବୁଡି ଯାଇ ୨ଜଣ ବାଳକଙ୍କ ମୃତ୍ୟୁ ହୋଇଛି । ହୋଲି ଖେଳିବା ପରେ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଯାଇ ଦୁଇ ଜଣ ବାଳକ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତ ଦୁଇ ଜଣ ବାଳକ ହେଲେ ନରସିଂହ ସୂତାରଙ୍କ ପୁଅ ଓ ଚୁଇଆଁ ନାୟକଙ୍କ ପୁଅ ବଟ ନାୟକ । ଏଭଳି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-13-16h38m20s361.png)