ସକାଳୁ ସକାଳୁ ନିଆଁ ବର୍ଷା । ୩୬ ଡିଗ୍ରୀ ସହ ବାଲେଶ୍ୱର ଓ ବାରିପଦା ସବୁଠୁ ଉତ୍ତପ୍ତ । ଟ୍ୱିନସିଟିରେ ୩୨ ଟପିଲା ପାରଦ ।

104

କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ନିଆଁ ବର୍ଷା । ସକାଳ ସାଢ଼େ ୮ଟା ସୁଦ୍ଧା ୩୩ ଡିଗ୍ରୀ ପାର କରିଛି ୧୦ ସହରର ତାପମାତ୍ରା । ୩୬ ଡିଗ୍ରୀ ସହ ବାଲେଶ୍ୱର ଓ ବାରିପଦା ସବୁଠୁ ଉତପ୍ତ ସହର ପାଲଟିଛି । ମାଲକାନଗିର ଓ କେନ୍ଦୁଝରରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭବନୀପାଟଣାରେ ପାରଦ ୩୪.୪, ଭୁବନେଶ୍ୱରରେ ୩୩.୮, କଟକରେ ୩୨.୬ ଡିଗ୍ରୀ ରେକର୍ଡ ହୋଇଛି । ମେ ୧ ତାରିଖ ଯାଏ ଏଭଳି ତାତି ଜାରି ରହିବ ବୋଲି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ତେବେ ମେ ପ୍ରଥମ ସପ୍ତାହରୁ ତାପମାତ୍ରାରେ ସାମନ୍ୟ ହ୍ରାସ ଘଟିବା ନେଇ ଆକଳନ କରାଯାଇଛି । ପଶ୍ଚିମାଝଡ଼ ପ୍ରଭାବରେ ମେ ପହିଲାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ତେବେ ତାପମାତ୍ରା କମିଲେ ମଧ୍ୟ ଉଷ୍ମ ଓ ଆଦ୍ର ସ୍ଥିତି ସେମିତି ରହିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।