ମନ୍ଦିରକୁ ଜାଗର ପାଇଁ ଯାଇଥିବା ମହିଳାଙ୍କୁ ପୁରାଇ ଦେଲେନି ପୁରୋହିତ : ଜାତିଆଣ ଆକ୍ଷେପ ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ

ବାଲେଶ୍ୱରର ରାମେଶ୍ୱର ମନ୍ଦିରରେ ପୂଜକଙ୍କ ଭେଦଭାବକୁ ବିରୋଧ କରି ଧାରଣା ଦେଲେ ମହିଳା

196

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଚାଲୁଣିଗାଁରେ ଥିବା ରାମେଶ୍ୱର ମନ୍ଦିରକୁ ଜାଗର ପୂଜା ପାଇଁ ଯାଇଥିବା ମହିଳାଙ୍କୁ ଜାତିଆଣ ଓ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ପୂଜକଙ୍କ ନାଁରେ ଥାନାରେ ଅଭିଯୋଗ କରିବା ସହ ମହିଳାମାନେ ଥାନା ଆଗରେ ଧାରଣା ଦେଇଥିଲେ ।

ସୁଚନା ଅନୁସାରେ, ଚାଲୁଣିଗାଁର ପୁସ୍ପାଂଜଳୀ ମଲ୍ଲିକ, ତପସ୍ୱୀନୀ ମଲ୍ଲିକ, ପାର୍ବତୀ ମଲ୍ଲୀକ, ସମେତ ୧୦ରୁ ଉର୍ଦ୍ଧ ମହିଳା ଜାଗର ପୂଜା ପାଇଁ ଯାଇଥିବା ବେଳେ ମନ୍ଦିର ପୂଜକ ତାଙ୍କର ପୁସ୍ପାଂଜଳୀ କିମ୍ବା ଭୋଗ କରି ହେବ ନାହିଁ କହି ଫେରାଇ ଦେଇଥିଲେ । ମନ୍ଦିର ପ୍ରବେଶ ନିଶେଧ ବୋଲି କହି ଦୁର୍ବବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଶିମୁଳିଆ ଥାନାରେ ମହିଳାମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ସିମୁଳିଆ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।