ବିଶ୍ୱର ଦାମୀ ଲଡୁ । ୧୭.୬ ଲକ୍ଷ ଟଙ୍କାରେ ବିକ୍ରି ହେଲା ୨୧ କିଲୋ ଓଜନର ଗଣେଶଙ୍କ ପ୍ରସାଦ ଲଡୁ ।

280

ପ୍ରତିବର୍ଷ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥାଏ । ଏହାର ଆୟୋଜନ କରୁଥିବା ପୂଜା କମିଟିମାନେ ଅନ୍ୟଠାରୁ ନିଜ ଗଣେଶ ପ୍ରତିମାକୁ ଭିନ୍ନ କରିବା ପାଇଁ ଚେଷ୍ଟା କରିବା ସହ ଗଣେଶଙ୍କର ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥାଏ । କିନ୍ତୁ ହାଇଦ୍ରାବାଦ୍‌ରେ ପ୍ରତି ବର୍ଷ ଗଣେଶ ମୂର୍ତ୍ତି ସହ ଗଣେଶଙ୍କ ପ୍ରସାଦ ଲଡୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ପ୍ରତିବର୍ଷ ହାଇଦ୍ରାବାଦରେ ଥିବା ବାଲାପୁରରେ ବିଶାଳ ଗଣେଶ ପ୍ରସାଦ ଲଡୁର ନିଲାମି କରାଯାଏ । ଚଳିତ ବର୍ଷ ଏହି ଲଡୁଟି ୧୭.୬ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ବେଳେ ନୂଆ ରେକର୍ଡ ସୃଷ୍ଟି ହୋଇଛି ।

ସୂଚନା ମୁତାବକ, ଚଳିତ ବର୍ଷ ହାଇଦ୍ରାବାଦର ବାଲାପୁରରେ ୨୧କିଲୋ ଓଜନର ପ୍ରସାଦ ଲଡୁ ନିଲାମି କରାଯାଇଥିଲା, ଯାହା ଉପରେ ସୁନାର ପରସ୍ତ ଲଗାଯାଇଥିଲା । ଚଳିତ ବର୍ଷ ଏହା ୧୭.୬ଲକ୍ଷ ଟଙ୍କାରେ ନିଲାମ ହୋଇଥିବା ବେଳେ ଗତବର୍ଷ ଏହା ୧୬.୬୦ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା । ବାଲାପୁରର କୋଲାନ ରାମ ରେଡ୍ଡୀ ୧୭.୬ଲକ୍ଷ ଟଙ୍କା ଦେଇ ଗଣେଶଙ୍କ ଲଡୁକୁ ନିଜ ନାଁରେ କରିଥିବା ଜଣାପଡ଼ିଛି ।