କନକବ୍ୟୁରୋ : ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଗାଁରେ ପହଞ୍ଚି ପାରିନି ମୌଳିକ ସୁବିଧା। ନାଁ ଅଛି ଘର, ନାଁ ଗାଁକୁ ରାସ୍ତା। ଗାଁରେ କେହି ବିଜୁଳି ଦେଖିନାହାନ୍ତି। ପାଣି ଯେମିତି ସାତ ସପନ ପାଲଟିଛି। ନାଁ ଅଛି ରାସନ କାର୍ଡ ନାଁ ମିଳୁଛି କୌଣସି ସରକାରୀ ଯୋଜନାର ଲାଭ। ଅଛି କେବଳ ଭୋଟର କାର୍ଡ। ତାହା ପୁଣି କେବଳ ନେତା ନିର୍ବାଚିତ କରିବା କାମରେ ଆସୁଛି। ବଲାଙ୍ଗିର ପାଟଣାଗଡ ଉପଖଣ୍ଡଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଛି ଝୁଲେନବର ଗାଁ।

Advertisment

ଏଠି ୨୦ ବର୍ଷ ହେବ ୮ଟି ଶବର ପରିବାର ରହୁଥିଲେ ବି ଏମାନଙ୍କ ଉପରେ ପଡ଼ିନି ପ୍ରଶାସନର ନଜର। ନିର୍ବାଚନ ସମୟରେ ନେତା ମାନେ ଆସି ଅନେକ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ ଭୋଟ ସରିଗଲେ ଗାଁରେ ଆଉ ନେତାଙ୍କ ପାଦ ପଡୁ ନଥିବା ଅଭିଯୋଗ କରିଛନ୍ତି ଗାଁର ଲୋକେ। ସମସ୍ୟା ନେଇ ଗାଁର ୮ ପରିବାର ଉପଜିଲ୍ଲାପାଙ୍କୁ ଭେଟି ଦୁଃଖ ଜଣାଇବା ପରେ ତହସିଲଦାର ଓ ବିଡିଓଙ୍କୁ ଏନେଇ ରିପୋଟ ମଗାଯାଛି। ୭ଦିନ ମଧ୍ୟରେ ରିପୋର୍ଟ ଦେବା ସହ ଗ୍ରାମବାସୀଙ୍କୁ ସରକାରୀ ଯୋଜନାରେ ସାମିଲ କରିବାକୁ ନିର୍ଦ୍ଦେଶ ଦଅଯାଇଛି।