ଦିବ୍ୟାଙ୍ଗଙ୍କ ପାଇଁ ସାହା ହେଲେ ମଣିରାଜ ଓ ସମୀର : ସ୍ୱଳ୍ପ ଖର୍ଚ୍ଚରେ କୃତ୍ରିମ ଅଙ୍ଗ ନିର୍ମାଣ କରି ସୃଷ୍ଟି କଲେ ଉଦାହରଣ

27

କନକ ବ୍ୟୁରୋ : ମଣିଷ ନିଜ ଇଚ୍ଛା ଶକ୍ତି ବଳରେ ଅସମ୍ଭବକୁ ସମ୍ଭବ କରିବାର ନଜିର ଅନେକ ରହିଛି । ବଲାଙ୍ଗିରର ଯୁବକ ରୁଦ୍ରନାରାୟଣ ମଣିରାଜ ଓ ତାଙ୍କ ସହଯୋଗୀ ସମୀର ପ୍ରଧାନ ଅତି ସ୍ୱଳ୍ପ ଖଚ୍ଚରେ କୃତ୍ରିମ ଅଙ୍ଗ ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି । ଏମାନଙ୍କ ପାଖରେ କୌଣସି ବୈଷୟିକ ଶିକ୍ଷା ନଥାଇ ମଧ୍ୟ ନ ଏକ ଜଟିଳ ଜିନିଷ ତିଆରି କରିବାରେ ହୋଇପାରିଛନ୍ତି ସକ୍ଷମ ।

ଏହି ବ୍ୟକ୍ତିଜଣକ ହେଉଛନ୍ତି ବଲାଙ୍ଗିର ସିଂଖମନର ରାମଜୀ ଦାଶ । ଜନ୍ମରୁ ତାଙ୍କର ଗୋଟିଏ ହାତ ନାହିଁ । କିନ୍ତୁ ଏହି କୃତ୍ରିମ ହାତ ତାଙ୍କ ପାଇଁ ହୋଇଛି ଆଶିର୍ବାଦ । ଦୈନନ୍ଦିନ ଚଳଣିର ବହୁ କାମ ନିଜେ କରିପାରୁଛନ୍ତି ରାମଜୀ ।

ଏହି କୃତ୍ରିମ ହାତ ତିଆରି କରିଛନ୍ତି ବଲାଙ୍ଗିର ରାଜୀବ ନଗରର ରୁଦ୍ରନାରାୟଣ ମଣିରାଜ ଓ ତାଙ୍କ ସହଯୋଗୀ ସମୀର ପ୍ରଧାନ । କଳାର ଛାତ୍ର ହୋଇଥିଲେ ମଧ୍ୟ ଦିବ୍ୟାଙ୍ଗଙ୍କ ପାଇଁ କିଛି କରିବା ଝୁଙ୍କରେ ଏହି କୃତ୍ରିମ ହାତ ତିଆରି କରିଛନ୍ତି ରୁଦ୍ରନାରାୟଣ । ପୂର୍ବରୁ ବ୍ୟବହାର ହେଉଥିବା ଏପ୍ରକାର ହାତ ପ୍ରାୟ ୨ କିଲୋଗ୍ରାମ ଓଜନ ହୋଇଥିବା ବେଳେ ଏହି ନୂଆ ହାତର ଓଜନ ମାତ୍ର ୭୫୦ ଗ୍ରାମ । କୃତ୍ରିମ ହାତକୁ ହାଲୁକା କରିବା ପାଇଁ ଏଥିରେ କାର୍ବନ ଫାଇବର ବ୍ୟବହାର ହୋଇଛି । ଏହା ସହ ପ୍ରୋଗ୍ରାମିଂ ଓ ଅତ୍ୟାଧୁନିକ ଇଲେକ୍ଟ୍ରନିକ୍ସ କୌଶଳର ବ୍ୟବହାର କରି ଏହାକୁ ଅଧିକ କ୍ରିୟାଶୀଳ କରିଛନ୍ତି ନିର୍ମାତା ।

କୈାଣସି ସରକାରୀ ପ୍ରୋତ୍ସାହନ ବିନା ଦିବ୍ୟାଙ୍କ ପାଇଁ କିଛି କରିବା ନିଶାରେ ଏହି ହାଲୁକା ଏବଂ ଶସ୍ତା ହାତ ତିଆରି କରିପାରିଛନ୍ତି ରୁଦ୍ରନାରାୟଣ ।