ବଲାଙ୍ଗୀର ଯୁବ କଂଗ୍ରେସ ସଭାପତିଙ୍କ ମୃତ୍ୟୁ : ବୀରମୁଣ୍ଡା ଗାଁରେ ସୁଶାନ୍ତ ମିଶ୍ରଙ୍କର ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

Advertisment
ବାଲେଶ୍ୱର ବାହାନଗାରେ ଅଭାବନୀୟ ଘଟଣା : ସ୍ତ୍ରୀକୁ ମାରି ସ୍ୱାମୀର ରଶି ଲଗାଇ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

source : The North East Today

କନକ ବ୍ୟୁରୋ : ବଲାଙ୍ଗୀର କଂଗ୍ରେସର ଯୁବ ସଭାପତିଙ୍କ ମୃତ୍ୟୁ । ବୀରମୁଣ୍ଡା ଗାଁରେ ସୁଶାନ୍ତ ମିଶ୍ରଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି ତାହା ଜଣାପଡିନାହିଁ । ତେବେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଫାର୍ମ ହାଉସ ନିକଟରେ ଶ୍ରୀ ମିଶ୍ରଙ୍କ ଡୁଏଟ ବାଇକଟି ରଖାଯାଇଛି। ଏକ ରସିରେ ତାଙ୍କ ବେକ ବନ୍ଧାଯାଇ ଘରର ଓରାରେ ଝୁଲିଥିବା ଅବସ୍ଥାରେ ମିଳିଛି। ସାଧାରଣତଃ ଫାଶି ଦେଇ ଆତ୍ମହତ୍ୟା କରିଥିବା ଲୋକର ଶାରୀରିକ ଲକ୍ଷଣ ଓ ପାରିପାର୍ଶ୍ୱିକ ଅବସ୍ଥା ଯାହା ଥାଏ ଏ କ୍ଷେତ୍ରରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ତେଣୁ ତାଙ୍କ ମୃତ୍ୟୁ ନେଇ ସନ୍ଦେହ ପ୍ରକାଶ ପାଇଛି। କଂଗ୍ରେସ ରାଜନୀତିରେ ଶ୍ରୀ ମିଶ୍ର ବେଶ ସକ୍ରିୟ ଥିଲେ। ତେଣୁ ତାଙ୍କ ମୃତ୍ୟୁକୁ ନେଇ ରାଜନୈତିକ ଆଲୋଚନା ମଧ୍ୟ ଆରମ୍ଭ ହୋଇ ଯାଇଛି। ଖବର ପାଇ ସଦର ଥାନାର ଭାରପ୍ରାପ୍ତ ଅଧିକାର ତଥା ଟ୍ରେନି ଆଇପିଏସ ଅଫିସର ଖିଲାରି ଋଷିକେଶ ଓ ଏଏସଆଇ ତପସ୍ୱିନୀ ସେଠ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe