କନକ ବ୍ୟୁରୋ : ରିଆଲିଟି ସୋ ଇଣ୍ଡିଆନ ଆଇଡଲରେ ଓଡିଆ ପୁଅଙ୍କ କମାଲ । ଗୀତ ଗାଇ ଇଣ୍ଡିଆନ ଆଇଡଲର ବିଚାରପତିଙ୍କ ମନ ଜିଣିଲେ ବଲାଙ୍ଗୀରର ପୁଅ ଅଜୟ ଅମର ସିଂଦେଓ । ବଲାଙ୍ଗୀରର ମାଲପଡାରେ ଅଜୟ ଅମର ସିଂଦେଓଙ୍କ ଘର । ଇଣ୍ଡିଆନ ଆଇଡଲ କଂଟେଷ୍ଟାଣ୍ଟ ଭାବେ ଗୋଲ୍ଡ କାର୍ଡ ପାଇଛନ୍ତି ଅଜୟ । ନିଜେ ଭାୟୋଲିନ ବଜାଇ ଅଭି ମୁଝ ମେ କହିଁ ଗୀତ ଗାଇ ସମସ୍ତଙ୍କ ମନ ଜିଣିନେଇଥିଲେ ।
ଆଉ ତାଙ୍କର ସ୍ୱର ଲୟ ଓ ତାଳ ଦେଖି ଆସନରୁ ଠିଆ ହୋଇ କରତାଲି ମାରିଥିଲେ ଇଣ୍ଡିଆନ ଆଇଡଲର ୩ ବିଚାରପତି । ଅଜୟ ପିଲାଟି ଦିନୁ ଗୀତ ଗାଇବାକୁ ଭଲ ପାଆନ୍ତି । ତାଙ୍କ ବାପା ଜଣେ ସଂଗୀତଜ୍ଞ । ବାପାଙ୍କ ସହ ମିଶି ଛୋଟ ବେଳୁ ଗୀତ ଗାଇବା ଅଭ୍ୟାସ କରୁଥିଲେ ଅଜୟ ଅମର ସିଂଦେଓ । ବାପା ହିଁ ଅଜୟଙ୍କ ସଂଗୀତ ଗୁରୁ । ଏବେ ଇଣ୍ଡିଆନ ଆଇଡଲ ଭଳି ଜାତୀୟସ୍ତରର ପ୍ଲାଟଫର୍ମରେ ସୁଯୋଗ ପାଇଥିବାରୁ ବଲାଙ୍ଗିର ସମେତ ସାରା ଓଡିଶାରେ ଉତ୍ସାହ ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/ujmhnujm.jpg)