କନକ ବ୍ୟୁରୋ: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମମିତା ମେହେର ମୃତ୍ୟୁ ମାମଲାକୁ ନେଇ ଏବେ ସାରା ରାଜ୍ୟରେ ହଇଚଇ । ବିରୋଧୀମାନେ ଏହି ଘଟଣାକୁ ନେଇ ଶାସକ ଦଳକୁ ଘେରୁଥିବାବେଳେ, ମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି । ଆଉ ଏହାରି ଭିତରେ ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି । ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଲାଙ୍ଗୀରରେ ବନ୍ଦ ପାଳନ ହେବ ବୋଲି ଜିଲ୍ଲା ବିଜେପି ପକ୍ଷରୁ ଘୋଷଣା କରାଯାଇଛି । ତେବେ ମମିତାଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ମମିତାଙ୍କ ମୃତ୍ୟୁ ପଛରେ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ହାତ ଥିଲା ବୋଲି ସ୍ପଷ୍ଟ ହୋଇଛି । ହେଲେ ଏହି ମୃତ୍ୟୁ ପଛରେ ଗୃହ ରାଜ୍ୟମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କରଙ୍କର ମଧ୍ୟ ହାତ ଥିବା ବିରୋଧୀମାନେ ଦାବି କରି ଆସୁଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ଏହି ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବାବେଳେ, ବିଜେପି ସିବିଆଇ ତଦନ୍ତ ମଧ୍ୟ ଦାବି କରିଛି । ଆଉ ତା ସହିତ ଆସନ୍ତାକାଲି ୧୨ ଘଣ୍ଟା ପାଇଁ ବିଜେପି ବଲାଙ୍ଗୀର ବନ୍ଦ ଘୋଷଣା କରିଛି ।
ମମିତା ମେହେର ମୃତ୍ୟୁ ମାମଲା
ଆସନ୍ତାକାଲି ବଲାଙ୍ଗୀର ବନ୍ଦ ଡାକରା ଦେଲା ଜିଲ୍ଲା ବିଜେପି
୧୨ ଘଣ୍ଟା ପାଇଁ ବନ୍ଦ ରହିବ ବଲାଙ୍ଗୀର ଜିଲ୍ଲା
ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳିବ ବିଜେପି#JusticeForMamitaMeher#MamitaMeher#KanakNewspic.twitter.com/f0mOOCGyGA— Kanak News (@kanak_news) October 20, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/WhatsApp-Image-2020-08-06-at-3.31.12-PM.jpeg)