କନକ ବ୍ୟୁରୋ : ବଲାଙ୍ଗୀରରେ ପ୍ରସ୍ତାବିତ ରେଳ ୱାଗନ ଫ୍ୟାକ୍ଟ୍ରି ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଇଥିବା ମତର ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଟ୍ୱିଟ ମାଧ୍ୟମରେ ନରସିଂହ ମିଶ୍ର କହିଛନ୍ତି, ଯଦି ପ୍ରକୃତରେ ସେମାନେ ବଲାଙ୍ଗୀରରେ ଏକ ୱାଗନ ଫ୍ୟାକ୍ଟି ନିର୍ମାଣ କରିବାକୁ ଚାହୁଁଛନ୍ତି ତେବେ କଂଟାବାଂଜିରେ ଦିଆଯାଇଥିବା ୭୦ ଏକର ଜମିକୁ ସେମାନେ କାହିଁକି ଅଣଦେଖା କରୁଛନ୍ତି ।

Advertisment

ବିଧାନସଭାର ରେଳ କମିଟି ଦ୍ୱାରା ମଂଜୁର କରାଯାଇଥିବା କଂଟାବାଂଜିର ଏହି ଭୂମିକୁ ପୂର୍ବରୁ ଅଣଦେଖା କରାଯାଉଛି ବୋଲି ନିଜ ଅଭିଯୋଗରେ କହିଛନ୍ତି ନରସିଂହ ମିଶ୍ର । ଗତକାଲି ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ କହିଥିଲେ ଯେ କଳାହାଣ୍ଡି ୱାଗନ କାରଖାନା ପାଇଁ ୫୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇସାରିଛି । ରାଜ୍ୟ ସରକାର ସଂପୂର୍ଣ୍ଣ ଜମି ଅଧିଗ୍ରହଣ କରି ହସ୍ତାନ୍ତର କରିବା ପରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୂୁତ କରାଯାଇ ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନିଆଯିବ ।