ବଲାଙ୍ଗୀର ସରପଞ୍ଚ ନିଲାମୀ ଅଭିଯୋଗ ପ୍ରସଙ୍ଗ । ଘଟଣାର ଅନୁଧ୍ୟାନ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦେଲେ ଜିଲ୍ଲାପାଳ 

98

କନକ ବ୍ୟୁରୋ: ବଲାଙ୍ଗୀରରେ ସରପଞ୍ଚ ନିଲାମୀ ପ୍ରସଙ୍ଗରେ ରିପୋର୍ଟ ଦେଇଛନ୍ତି ଜିଲ୍ଲାପାଳ । ରାଜ୍ୟ ନିର୍ବାଚନ କମିସନଙ୍କ ପାଖରେ ରିପୋର୍ଟ ଦାଖଲ କରିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ । ଗତକାଲି ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ୍ ବିଲେଇସର୍ଡା ଗାଁକୁ ଯାଇ ନିଲାମ ପଛର ସତ କଣ ତାହା ଅନୁଧ୍ୟାନ କରିଥିଲେ । ଗାଁର ଲୋକମାନଙ୍କୁ ଘଟଣା ସଂପର୍କରେ ପଚରାଉଚୁରା କରିଥିଲେ । ଏହାପରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ସେପଟେ ବିଲେଇସର୍ଡାରେ ସରପଞ୍ଚ ପଦ ନିଲାମ ନେଇ ସାମ୍ନାକୁ ଆସିଛି ରୋଚକ ତଥ୍ୟ । ଘଟଣା ଦିନ ୨୧ ଲକ୍ଷ ଟଙ୍କାରୁ ଡାକ ଆରମ୍ଭ ହୋଇ ୪୪ ଲକ୍ଷ ଟଙ୍କାରେ ଛିଣ୍ଡିଥିବା ଚର୍ଚ୍ଚା ହେଉଛି । ବିଲେଇସର୍ଡାରେ ସରପଞ୍ଚ ପଦ ପାଇଁ ହୋଇଥିବା ନିଲାମୀ ବାବଦରେ ଗଣମାଧ୍ୟମରେ ଖବର ଆସିବା ପରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ନିର୍ବାଚନ କମିଶନ ।