ବଲାଙ୍ଗୀର କଣ୍ଟାବାଞ୍ଜି ସ୍ଥିତ ଶ୍ରୀଶ୍ୟାମଜୀ ରାଇସ ମିଲରେ ରେଡ୍ । ଡେଲିଭରି ପରେ ମଧ୍ୟ ଗଚ୍ଛିତ ରହିଛି କ୍ୱିଣ୍ଟାଲ ଧାନ ବସ୍ତା

132

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ଚଳିତ ବର୍ଷ ନଭେମ୍ବର ୨୯ରୁ ଆରମ୍ଭ ହୋଇଛି ଧାନ ମଣ୍ଡି । ମଣ୍ଡି ଆରମ୍ଭରୁ ବର୍ଷା ହେବା ଫଳରେ ଧାନ କିଣା ଆରମ୍ଭ ହୋଇନଥିଲା । କିନ୍ତୁ ବିଭିନ୍ନ ମିଲଗୁଡିକରେ ମହଜୁଦ ଅଛି ହଜାର ହଜାର କ୍ୱିଂଟାଲ ଧାନ । ନିୟମ ଅନୁସାରେ, ସରକାରଙ୍କ ଧାନ ନେଇ ଚାଉଳ ଫେରାଇବା ପରେ ମିଲରେ ଧାନ ରହିବା କଥା ନୁହେଁ ।

ହେଲେ କଂଟାବାଂଝି ପାଖରେ ଥିବା ଶ୍ରୀ ଶ୍ୟାମଜୀ ରାଇସ ମିଲରେ ବିପୁଳ ପରିମାଣରେ ଧାନ ମହଜୁଦ ଥିବା ଖବର ମିଳିଛି । ଏହି ଖବର ପାଇ ସୋମବାର ଜିଲ୍ଲାପାଳଙ୍କ ସହ ଏକ ଟିମ ଯାଇ ଯାଂଚ କରିବା ପରେ ମିଲକୁ ସିଲ କରିଥିଲେ । ମଙ୍ଗଳବାର ଯୋଗାଣ ବିଭାଗର ସମସ୍ତ ଅଧିକାରୀ , ପାଟଣାଗଡ ଉପଜିଲ୍ଲାପାଳ ସମେତ ଅନ୍ୟ ଅଧିକାରୀ ରେଡ କରିଥିଲେ । ଉପଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ମିଲରେ ବିପୁଳ ପରିମାଣରେ ଧାନ ମହଜୁଦ ଥିବା ଜଣାପଡିଛି । ସଂପୃକ୍ତ ମିଲକ କାଗଜପତ୍ର ଯାଂଚ କରାଯାଇଛି ।