ମମିତା ମେହର ନିଖୋଜ ମାମଲା । ଫେରାର ଅଭିଯୁକ୍ତ ଗୋବିନ୍ଦ ସାହୁ ଉପରେ ୨୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କଲା ବଲାଙ୍ଗୀର ପୋଲିସ

371

କନକ ବ୍ୟୁରୋ: ସନସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହରଙ୍କ  ଗଳିତ ମୃତଦେହ ମିଳିବା ପରେ ଏଥିରେ ଅଭିଯୂୁକ୍ତ ଥିବା ଗୋବିନ୍ଦ ସାହୁକୁ ମୋଷ୍ଟ ୱାଣ୍ଟେଡ୍ ଘୋଷଣା କଲା ବଲାଙ୍ଗୀର ପୋଲିସ ।  ଗୋବିନ୍ଦ ସାହୁକୁ ଧରାଇଦେଲେ ୨୦ ହଜାର ଟଙ୍କା ପୁରସ୍କାର ଦେବାକୁ ମଧ୍ୟ  ଘୋଷଣା କଲା ବଲାଙ୍ଗୀର  ପୋଲିସ । ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଛି ପୋଲିସ୍ ।ଗୋବିନ୍ଦଙ୍କ ବିରୋଧରେ ଲାଗିଥିଲା ଆପିସି ୩୬୬ ଧ।।ରା । ଏହା ସତ୍ତେ୍ୱ ବି ତାକୁ ଜେଲ ନପଠାଇ କାହିଁକି ଥାନାରେ ଅଟକ ରଖାଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମମିତାଙ୍କୁ ଅପହରଣ ଘଟଣାରେ ଗୋବିନ୍ଦଙ୍କ ହାତ ଥିବା ସନ୍ଦେହ କରି ୧୪ ତାରିଖରେ ଉଠାଇ ଆଣିଥିଲା ପୋଲିସ । ୧୭ ତାରିଖ ଯାଏଁ ଟିିଟିଲାଗଡ ଥାନାରେ ଥିଲେ ମହାଲିଙ୍ଗ ସନସାଇନ୍ ସ୍କୁଲର ମାଲିକ ଗୋବିନ୍ଦ ସାହୁ । ଆଉ ୧୮ ତାରିଖ ହଠାତ୍ ସକାଳୁ ଖବର ଆସିଲା ଥାନାରୁ ଚମ୍ପଟ ମାରିଛନ୍ତି ଅଭିଯୁକ୍ତ ଗୋବିନ୍ଦ ସାହୁ । ଆଉ ଏହାକୁ ନେଇ ଯେତେବେଳେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଲା ସେତେବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ପୋଲିସର ସନ୍ଧାନୀ କୁକୁର ପ୍ରଥମେ ବାରାକ ଡେଇଁ ଦୁଇଟି ବାଡ ଡେଇଁ ଥାନା ପଛପଟେ ଥିବା ରେଲୱେ ଲାଇନ ଯାଏଁ ଯାଇ ଫେରାର ହୋଇଥିଲା । ଆଉ ସନ୍ଧାନୀ କୁକୁରର ଏଭଳି ହାବଭାବ ସଂକେତ ଦେଉଥିଲା ଯେ, ରେଲୱେ ଲାଇନ ଦେଇ ଫେରାର ହୋଇଯାଇଥିଲେ ଗୋବିନ୍ଦ । ଏପରିକି ସ୍ଥାନୀୟ ଲୋକ ମଧ୍ୟ କହିଛନ୍ତି ଯେ, ଗୋବିନ୍ଦ ସାହୁ ଫେରାର ହେବା ଦିନ ରେଲୱେ ଲାଇନକୁ ଏକ ବାଇକ ଆସିଥିଲା । ବାଇକରେ ଗୋବିନ୍ଦ ସାହୁଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି ବସି ଚାଲି ଯାଇଥିଲେ । କିନ୍ତୁ ସେହି ସମୟରେ ବିଦ୍ୟୁତ୍ କାଟ ହୋଇଥିବାରୁ ଗୋବିନ୍ଦ ସାହୁଙ୍କୁ ସ୍ପଷ୍ଟ ଭାବେ ଦେଖିପାରିନଥିଲେ । କିନ୍ତୁ ସବୁଠୁ ବଡ କଥା ହେଉଛି ଠିକ୍ ସେହି ସମୟରେ ବିଦ୍ୟୁତ୍ କାଟ କାହିଁକି ହୋଇଥିଲା । ନା ଜାଣିଶୁଣି ଯୋଜନାବଦ୍ଧ ଭାବେ ଗୋବିନ୍ଦ ସାହୁଙ୍କୁ ଥାନାରେ ଫେରାର କରାଯାଇଛି ।