ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଆଜି ପୂରିଲା ଏକ ମାସ : ଏ ଯାଏଁ ରହସ୍ୟ ଉପରୁ ହଟିଲାନି ପରଦା, କ୍ରାଇମବ୍ରାଂଚ ତଦନ୍ତକୁ ସ୍ୱାଗତ କଲେ ପୀଡିତଙ୍କ ବାପା

27

କନକ ବ୍ୟୁରୋ : ପାର୍ସଲ ବୋମା ବିସ୍ପୋରଣ ଘଟଣାକୁ ଆଜି ପୁରିଛି ମାସେ । ତଥାପି ବି ଖୋଲି ପାରୁନି ଘଟଣା ଉପରୁ ରହସ୍ୟ । ମାସେ ପରେ ବି ପୋଲିସର ହାତ ଖାଲି । ଅନ୍ୟପଟେ ପରିବାର ବର୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କ୍ରାଇମ୍ବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଏହି ନିର୍ଦ୍ଦେଶ ପରେ ଆଜି କ୍ରାଇମବ୍ରାଂଚର ଏକ ଟିମ ଘଟଣାର ତଦନ୍ତ ପାଇଁ ବଲାଙ୍ଗୀର ଗସ୍ତ କରିବେ । ୨୫ ଦିନ ପରେ ଖବର କାଗଜରୁ ସ୍ୱାମୀଙ୍କ ମୃତ୍ୟୁ ଖବର ଜାଣିବା ପରେ ବୁଧବାର ମୁହଁ ଖୋଲିଥିଲେ ପୀଡ଼ିତା । ଅନ୍ୟପଟେ କ୍ରାଇମ୍ବ୍ରାଂଚ ତଦନ୍ତ ନିର୍ଦ୍ଦେଶ ପରେ ରିମାଙ୍କ ବାପା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି ଏହି ନିଷ୍ପତ୍ତି ଆମକୁ ବହୁତ ପରିମାଣରେ ଆଶ୍ୱସ୍ତି କରିଛି । ତଦନ୍ତ ହେଲେ ପ୍ରକୃତ ଦୋଷୀ ଧରାପଡ଼ିବ ବୋଲି ସେ କହିଛନ୍ତି ।

blast

ଗତ ଫେବ୍ରୁଆରି ମାସ ୨୩ ତାରିଖରେ ପାଟଣାଗଡ଼ ଅଂଚଳରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ । ସେଥିରେ ୨ ଜଣ ପ୍ରାଣ ହରାଇଥିଲେ । ଆଉ ଗୁରୁତର ଆହତ ନବବଧୂ ଏବେ ଏସସିବିରେ ଚିକିତ୍ସିତ ହେଉଛନ୍ତି । ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଁଚିଥିଲା ଏକ ଗିଫ୍ଟ ପାର୍ସଲ । ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ ।