ଆରଆଇ ପରୀକ୍ଷାକୁ ନେଇ ଉତ୍ତେଜନା : ଆଡ଼ମିଟ କାର୍ଡ଼ରେ ଭୁଲ ତଥ୍ୟ ପାଇଁ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

1,938

କନକ ବ୍ୟୁରୋ : ଆରଆଇ ପରୀକ୍ଷାକୁ ନେଇ ଉତ୍ତେଜନା । ଆଜି ବଲାଙ୍ଗିର ଜିଲ୍ଲରେ ଆରଆଇ ପାଇଁ ପରୀକ୍ଷା କରାଯାଉଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ପରୀକ୍ଷା ହେଉଥିବା ବେଳେ ଟିଟିଲାଗଡ଼ ସରକାରୀ ମହିଳା ମହାବିଦ୍ୟାଳୟକୁ ମଧ୍ୟ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବା ପାଇଁ ଆସିଥିଲେ । ହେଲେ ପରୀକ୍ଷା ପାଇଁ ଏହି ମହାବିଦ୍ୟାଳୟରେ କୌଣସି ବ୍ୟବସ୍ଥା ହୋଇନଥିଲା ।  ଫଳରେ ବିଭିନ୍ନ ସ୍ଥାନରୁ ଆସିଥିବା ୧୦୦ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଂଚିତ ହୋଇଛନ୍ତି । ଆଡ଼ମିଟ କାର୍ଡ଼ରେ ଭୁଲ ତଥ୍ୟ ଦେଇଥିବାରୁ ଏଭଳି ଅବ୍ୟବସ୍ଥା ଦେଖାଦେଇଛି । ଘଟଣାସ୍ଥଳରେ ଟିଟଲାଗଡ଼ ଉପଜିଲ୍ଲାପାଳ ଓ ପୋଲିସ ପହଂଚି ଛାତ୍ରଛାତ୍ରୀଙ୍କୁ ବୁଝା ସୁଝା କରିଛନ୍ତି ।