ପୁଣି ଗୁଣିଗାରେଡ଼ି ନେଲା ଜୀବନ : ବଲାଙ୍ଗୀର ବରାମାଲ ଗାଁରେ ଜଣଙ୍କୁ ହତ୍ୟା ଅଭିଯୋଗ,ପୁଲିସ୍ର ତନାଘନା ଜାରି

61

କନକ ବ୍ୟୁରୋ : ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ । ବଲାଙ୍ଗୀର ଜିଲ୍ଲାର ବଡ଼ମାଲ ଫାଣ୍ଡି ବରାମାଲ ଗାଁରେ ଘଟିଛି ଏଭଳି ଘଟଣା । ସେହି ଗାଁର ୬୫ ବର୍ଷିୟ ନିତ୍ୟ ଭୋଇଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ପରିବାର ଲୋକ ଦେଖିବାକୁ ପାଇଥିଲେ । ତାଙ୍କୁ ଗୁଣି ଗାରେଡି ସନ୍ଦେହ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି । ବୃଦ୍ଧଙ୍କୁ ହତ୍ୟା କରାଯାଇଛି କି ବୃଦ୍ଧ ଆତ୍ମହତ୍ୟା କରିଛନ୍ତି ଛାନଭିନ ଜାରି ରଖିଛି ପୋଲିସ ।