କନକ ବ୍ୟୁରୋ : ବଲାଙ୍ଗୀର ଲୋଇସିଂହା ଅଂଚଳରେ ଅଭାବନୀୟ ଘଟଣା । ଚାଷୀଙ୍କୁ ଦଳିଦେଲେ ହାତୀ ପଲ । କିଛି ଦିନ ହେଲା ଲୋଇସିଂହା ରେଂଜ ଅଂଚଳରେ ହାତୀପଲ ବୁଲୁଥିବା ବେଳେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଆଜି ସକାଳୁ ସକାଳୁ ଏଭଳି ଏକ ଅଘଟଣ ଘଟିଛି । ଧାନ ବିଲକୁ ଧାନ ସଂଗ୍ରହ ପାଇଁଯାଇଥିବା ବେଳେ ଭାଲୁପାଲି ଗାଁର ଗୋପାଲ ପୋଢଙ୍କୁ ହାତୀପଲ ଦଳି ଦେଇଛନ୍ତି । ଘଟଣାସ୍ଥଳରେ ଗୋପାଲଙ୍କର ମୃତ୍ୟୁ ହୋଇଛି । ତାଙ୍କର ବୟସ ୫୦ ବର୍ଷ । ଉକ୍ତ ହାତୀ ପଲକୁ ବାଦିବାହାଲ ଗାଁ ପଟୁ ଲୋକେ ଘଉଡ଼ଉଥିବା ଜଣାପଡ଼ିଛି ।
ବଲାଙ୍ଗୀର ଲୋଇସିଂହା ଅଂଚଳରେ ଅଭାବନୀୟ ଘଟଣା : ଚାଷୀଙ୍କୁ ଦଳିଦେଲେ ହାତୀପଲ
/kanak/media/post_attachments/wp-content/uploads/2021/11/9-40.jpg)