କନକ ବ୍ୟୁରୋ : ସର୍ବଭାରତୀୟ ବ୍ୟଙ୍ଗଚିତ୍ର ପ୍ରତିଯୋଗିତାରେ ବଲାଙ୍ଗୀର ପୁଅଙ୍କ କମାଲ । ପ୍ରେମକୁ ନେଇ ସେ ଆଙ୍କିଥିବା ବ୍ୟଙ୍ଗ ଚିତ୍ର ସମସ୍ତଙ୍କ ମନ ଜିଣିଛି । କର୍ଣ୍ଣାଟକର କୁଣ୍ଡାପୁରଠାରେ ଚାଲିଥିଲା ବ୍ୟଙ୍ଗଚିତ୍ର ମହୋତ୍ସବ କାର୍ଟୁନୁ ହବବା କମାଲ ଦେଖାଇଛନ୍ତି ବଲାଙ୍ଗୀର ପୁଅ ଅବନୀ ରଥ । ନ୍ୟାସନାଲ କାର୍ଟୁନ ପ୍ରତିଯୋଗିତାରେ ଚଳିତ ବର୍ଷର ଥିମ୍ ଥିଲା ‘ହାରମୋନି ଇଜ ଲଭ’ ।
ଅତୁଟ ପ୍ରେମକୁ ଦର୍ଶାଇବାକୁ ଯାଇ ୨ଟି ଚପଲର ଚିତ୍ର ଆଙ୍କିଥିଲେ ଅବନୀ । ଯେପରି ଚପଲ ହଳକରୁ ଗୋଟିଏ ଚପଲ ହଜିଗଲେ ଅନ୍ୟ ଚପଲଟି ଅସ୍ତିତ୍ୱ ହରାଏ । ଗୋଟିଏ ଚପଲ କାହାର କିଛି କାମରେ ଆସେନାହିଁ । ଠିକ୍ ସେହିପରି ପ୍ରେମିଯୁଗଳଙ୍କ ମଧ୍ୟରେ ବିଚ୍ଛେଦ ହେଲେ କିମ୍ବା କେହି କାହା ଠାରୁ ଦୂରେଇ ଗଲେ ତାଙ୍କ ଦୁର୍ବିସହ ହୋଇପଡ଼େ । ଅବନୀ ନିଜ ବ୍ୟଙ୍ଗଚିତ୍ର ମାଧ୍ୟମରେ ୨ଟି ଚପଲ ଚିତ୍ର ଅଙ୍କନ କରି ଅତୁଟ ପ୍ରେମକୁ ଅତି ଚିତାକର୍ଷକ ଭାବେ ପ୍ରଦର୍ଶିତ କରି ପୁରସ୍କୃତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/10-3.jpg)