ବଲାଙ୍ଗୀରରେ ଛାତିଥରା ଦୃଶ୍ୟ : ନୃଶଂସତାର ସବୁ ସୀମା ଟପିଲେ ଦୁର୍ବୃତ୍ତ; ଯୁବକଙ୍କୁ ମାରିଲେ, ପୋଡିଲେ ଓ ଭିଡିଓ କରି ଚ୍ୟାଲେଞ୍ଜ ଦେଲେ

ଭିଡିଓ ଭାଇରାଲ ହେବା ପରେ ଅଂଚଳରେ ଆତଙ୍କ; ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଥିବା ସୂଚନା

1,420

କନକ ବ୍ୟୁରୋ : ବଲାଙ୍ଗୀରରୁ ଆସିଲା ଛାତିଥରା ଦୃଶ୍ୟ । ନୃଶଂସତାର ସବୁ ସୀମା ଟପିଲେ ଦୁର୍ବୃତ୍ତ । ଜଣେ ଯୁବକଙ୍କୁ ହତ୍ୟାକଲେ, ପ୍ରମାଣ ନଷ୍ଟ କରିବା ପାଇଁ ମୃତ ଦେହକୁ ପୋଡିଲେ ଓ ସେସବୁର ଭିଡିଓ କରି ଡରାଇବା ପାଇଁ ଚ୍ୟାଲେଞ୍ଜ କଲେ । ଭିଡିଓରେ ଦୁଇ ହତ୍ୟାକାରୀ ଜଣଙ୍କୁ ମାରିବା ସହ ଅନ୍ୟ ଜଣଙ୍କୁ ଧମକ ଦେଉଛନ୍ତି । କହୁଛନ୍ତି ‘ଅବ୍ ତେରୀ ବାରୀ’ ।

କାହା ଉଦ୍ଦେଶ୍ୟରେ ଏହି ଭିଡିଓ କରିଛନ୍ତି ତାହା ଏବେ ବଲାଙ୍ଗିର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଦୁଇ ଅଭିଯୁକ୍ତ ହେଉଛନ୍ତି ଶୁଭମ୍ ଓ ଅମିତ । ରାଜେନ୍ଦ୍ର ପ୍ରସାଦ ବିଶ୍ୱ ବିଦ୍ୟାଳୟ ପଛପଟୁ ସୁଦପଡ଼ାର ବିଶ୍ୱଦେବ ସାହୁଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ପ୍ରେମ ସଂପର୍କକୁ ନେଇ ହତ୍ୟା କରାଯାଇଥିବା ସୂଚନା ମିଳିଛି । ବିଶ୍ୱଦେବ ସାହୁଙ୍କୁ ଏହି ଦୁଇ ଜଣ ଘରୁ ଡାକି ନେଇ ହତ୍ୟା କରିଥିବା ପୋଲିସ କହିଛି । ଏହି ସାରା ଅଂଚଳରେ ଭୟରେ ଆତଙ୍କ ସୃଷ୍ଟି ହୋଇଛି ।