ବଲାଙ୍ଗୀର ବ୍ରାହ୍ମଣୀଡୁଙ୍ଗୁରି ଗାଁରେ କଙ୍ଗାରୁ କୋର୍ଟ : ପୂଜା ସାମଗ୍ରୀ ଚୋରି ଅଭିଯୋଗରେ ବୃଦ୍ଧଙ୍କୁ ଜୋତାମାଳ ପିନ୍ଧାଇ ବୁଲାଇଲେ ଗାଁ ଲୋକେ

102

କନକ ବ୍ୟୁରୋ : ବଲାଙ୍ଗୀର ବ୍ରାହ୍ମଣୀଡୁଙ୍ଗୁରି ଗାଁରେ କଙ୍ଗାରୁ କୋର୍ଟ । ଠାକୁରଙ୍କ ପୂଜା ସାମଗ୍ରୀ ଚୋରୀ ଅଭିଯୋଗରେ ୭୦ବର୍ଷୀୟ ବୃଦ୍ଧଙ୍କୁ ଜୋତାମାଳ ପିନ୍ଧାଇ, ବୁଲାଇଲେ ଗାଁଲୋକେ । ଗାଁରେ କିର୍ତନ ଛତ୍ରିଆ ନିଜ ଘରେ ଦଣ୍ଡନାଚର ଛତରକୁ ରଖି ସବୁଦିନ ପୂଜାର୍ଚ୍ଚନା କରିଥାନ୍ତି । ଗତ ୧୧ତାରିଖରେ ପୂଜାପାଠ ସାରି କିର୍ତନ ଚାଷଜମିକୁ ଯାଉଥିବା ବେଳେ ଏହି ବୃଦ୍ଧ ତାଙ୍କ ଘରେ ପଶି ପୂଜା ଦୀପ ଓ ଘଂଟ ଭଳି ସାମଗ୍ରୀ ଚୋରି କରିନେଇଥିବା ଅଭିଯୋଗ ହୋଇଥିଲା । ପରେ ନିସାପ ପାଇଁ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା ।

ହଠାତ୍ କିର୍ତନଙ୍କ ବଡଭାଇ ସଦାନନ୍ଦ ଛତ୍ରିଆ ଆଇନକୁ ହାତକୁ ନେଇ ବୃଦ୍ଧଙ୍କୁ ଦଣ୍ଡ ଦେବାକୁ ଆଗେଇ ଆସିଥିଲେ । ବୃଦ୍ଧଙ୍କ ହାତରେ ବନ୍ଧା ଯାଇଥିଲା ଜୀବଜନ୍ତୁ ବାନ୍ଧିବା ଭଳି ମୋଟା ଦଉଡି । ମୁହଁରେ ଚୁନକାଳି ଲଗାଇ ବେକଳରେ ଚପଲ ମାଳ ପିନ୍ଧାଇ ଗାଁ ସାରା ବୁଲାଯାଇଥିଲା । ଏହି ଅଭାବନୀୟ ଚିତ୍ର ସାମ୍ନାକୁ ଆସିବା ପରେ ପୀଡିତଙ୍କ ଝିଅ ଥାନାରେ ଅଭିଯୋଗ କରିଥିଲେ । ସେହି ଆଧାରରେ ବଲାଙ୍ଗୀର ସଦର ଥାନା ପୋଲିସ ନିଜେ ବିଚାରକ ସାଜି ଦଣ୍ଡ ଦେଇଥିବା ସଦାନନ୍ଦ ଛତ୍ରିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି ।