ସହିହେଉନି ଗରମ: ଜଳୁଛି ପଶ୍ଚିମ, ଉପକୂଳରେ ଅସହ୍ୟ ଗୁଳୁଗୁଳି

340

କନକ ବ୍ୟୁରୋ: ଅସହ୍ୟ ହେଲାଣି ତାତି । ସହି ହଉନି ଗରମ । ପଶ୍ଚିମ ଓଡିଶାରେ ଅସହ୍ୟ ଗରମକୁ ଉପକୂଳ ଓଡିଶାରେ ଅସହ୍ୟ ଗୁଳୁଗୁଳି । ୪୬.୩ ଡିଗ୍ରୀ ସହ ବଲାଙ୍ଗୀର ପାଲଟିଲା ସବୁଠୁ ଉତପ୍ତ ସହର । ଏହାସହ ୪ଟି ସହରରେ ପାରଦ ୪୬ ଡିଗ୍ରୀ ଛୁଇଁଛି । ଆହୁରି ୪୮ ଘଂଟା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି ପାଣିମାଗ ବିଭାଗ । ୩୧ ପରେ ପାଗରେ ପରିବର୍ତନ ଆସିବ । ସେପଟେ ରାଜଧାନୀ ଦିଲ୍ଲୀରେ ସର୍ବକାଳୀନ ରେକର୍ଡ କରିଛି ତାପମାତ୍ରା । ଦିଲ୍ଲୀ ମୁଙ୍ଗେଶପୁରରେ ୫୨ ଦଶମିକ ୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

କିଛିଦିନ ଧରି ତାପାମାତ୍ରା ଖସିବା ପରେ ପୁଣି ବଢିଛି ତାତି । ପଶ୍ଚିମଓଡିଶାରେ ତାତି ୪୫ ଡିଗ୍ରୀ ଅତିକ୍ରମ କରିଥିବାବେଳେ ୨ ଦିନହେଲାଣି ଉପକୂଳରେ ଅସହ୍ୟ ଗୁଳୁଗୁଳି ହେଉଛି । ତା ସହିତ ବାରମ୍ବାର ବିଦ୍ୟୁତକାଟ୍ ସାଧାରଣ ଜୀବନଯାତ୍ରାକୁ ସନ୍ତୁଳି ଦେଇଛି । ପଶ୍ଚିମରେ ଅସମ୍ଭାଳ ତାତି ଆଉ ସେହିହେଉନାହି ାଁ

ଆଜିର ତାପମାତ୍ର
ବଲାଙ୍ଗିର:୪୬.୩ ଡିଗ୍ରୀ
ସୋନପୁର: ୪୬.୨
ଟିଟଲାଗଡ:୪୬
ଝାରସୁଗୁଡା :୪୬
ସମ୍ବଲପୁର :୪୫.୬
ବୌଦ୍ଧ : ୪୫.୩

ଆସନ୍ତା ୪୮ ଘଂଟା ଯାଏଁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ପାଣିପାଗ ବିଭାଗର ଆକଳନ ଅନୁସାରେ
– ତାତି ସହ ପ୍ରବଳରୁ ଅତିପ୍ରବଳ ଗ୍ରୀଷ୍ମପ୍ରବହ ରହିବ
-ବଲଙ୍ଗୀର, ସୋନପୁରଝାରସୁଗୁଡା, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡିରେ ଭୀଷଣ ଗ୍ରୀଷ୍ମପ୍ରବାହ
-ଅନୁଗୁଳ, କେନ୍ଦୁଝର, ନୂଆପଡା ଓ ସୁନ୍ଦରଗଡରେ ଗ୍ରୀଷ୍ମପ୍ରବାହ
-୩୧ ତାରିଖରୁ କାଳବୈଖାଖୀ ସମ୍ଭାବନା

ତେବେ ଆଗାମୀ ୩ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉପକୂଳରେ ଗୁଳୁଗୁଳି ଅସହ୍ୟ ହୋଇଛି ।
କେବଳ ଓଡିଶା ନୁହେଁ ତାତିରେ ସନ୍ତୁଳି ହେଉଛି ଉତର ଭାରତ । ଦିଲ୍ଲୀରେ ଆଜି ତାପମାତ୍ରା ୫୨.୩ ଡିଗ୍ରୀ ରେକର୍ଡ କରାଯାଇଛି । ଉତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି ।