ମମିତାଙ୍କୁ ନ୍ୟାୟ ଦାବିରେ ତେଜୁଛି ରାଜନୀତି : ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ

ଅଖ, ଚକ ବନ୍ଦ କରି ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବିକୁ ଜୋରଦାର କରିବ ଦଳ

64

କନକ ବ୍ୟୁରୋ : ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଆଜି ବଲାଙ୍ଗିର ବନ୍ଦ ଡାକରା ଦେଇଛି ବିଜେପି । ଆଜି ଅଖ, ଚକ ବନ୍ଦ କରି ବିଜେପି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ନ୍ୟାୟ ଦାବିକୁ ଜୋରଦାର କରିବାକୁ ଲକ୍ଷ୍ୟ ରଖିଛି ବିଜେପି ।

ଯାନବାହନଠାରୁ ନେଇ ସ୍କୁଲ, କଲେଜ, ଦୋକାନବଜାର ସବୁ କିଛି ବନ୍ଦ କରାଯିବ ବୋଲି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ସୂଚନା ଦେଇଛନ୍ତି । ମମିତାଙ୍କୁ ନ୍ୟାୟ ଦିଆଯାଉ ବୋଲି ସେ ଦାବି କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ତୁରନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ ବୋଲି କହିଛନ୍ତି। ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ବାକି ସବୁ ବନ୍ଦ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଅନ୍ୟପଟେ ଏସ୍‌ୟୁସିଆଇ ବଲାଙ୍ଗୀର ଜିଲ୍ଲା ଶାଖା ପକ୍ଷରୁ ମଧ୍ୟ ବନ୍ଦ ଡାକରା ଦିଆଯାଇଛି।