କନକ ବ୍ୟୁରୋ : ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯିବ ଟିମ୍ । ଏହି ମାମଲାରେ ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିବ କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି । ନକଲି ସାର୍ଟିଫିକେଟ୍ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ବଲାଙ୍ଗିରରେ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ପହଞ୍ଚି ତଦନ୍ତର ଅଗ୍ରଗତି ସମୀକ୍ଷା କରିଛନ୍ତି । ଆଇଜି ବଲାଙ୍ଗୀରରେ ପହଞ୍ଚିବା ପରେ ପ୍ରଥମେ ଡାକ ଅଧିକ୍ଷକଙ୍କୁ ପଚରାଉଚରା କରିଛନ୍ତି । ଏହା ପରେ ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କୁ ମଧ୍ୟ ଜେରା କରାଯାଇଛି ।

Advertisment

ସେହିପରି କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରୀ ଡିଏସ୍ପି ଦେବବ୍ରତ ଚକ୍ର ଓ ଅନ୍ୟ ଅଧିକାରୀମାନେ ଡାକ ଅଧୀକ୍ଷକ ରାଜେନ୍ଦ୍ର ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅଧୀକ୍ଷକଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ବି ଜେରା କରିଥିଲେ । କେମିତି ଅଧୀକ୍ଷକ ସାର୍ଟିଫିକେଟ୍ ନକଲି ବୋଲି ଜାଣିଲେ ? କେମିତି ସନ୍ଦେହ ହେଲା ଓ ସେ ନକଲି ଧରିବାରେ କେମିତି ସଫଳ ହେଲେ ? ସେ ସମ୍ପର୍କିତ ସମସ୍ତ ତଥ୍ୟ ଡାକ ବିଭାଗ ଅଧୀକ୍ଷକ କ୍ରାଇମବ୍ରାଞ୍ଚ ଟିମକୁ ଦେଇଥିଲେ । ଡାକ ବିଭାଗରେ ଆବେଦନ କରି ମେରିଟ୍ ଲିଷ୍ଟକୁ ଆସିଥିବା ୩୮ ଜଣଙ୍କ ମଧ୍ୟରୁ ୧୭ ଜଣ ଗିରଫ ହୋଇଥିବା ବେଳେ ୨ ଜଣ ରାଜସାକ୍ଷୀ ହୋଇଛନ୍ତି । ଆଉ ୧୯ ଜଣ ଏବେ ବି ଫେରାର ଅଛନ୍ତି ।