ସରପଞ୍ଚ ପଦ ନିଲାମର ତନାଘନା । କାରଣ ଖୋଜିବାକୁ ବଲାଙ୍ଗୀରର ବିଲେଇସର୍ଡା ଗାଁରେ ପହଂଚିଲେ ତଦନ୍ତକାରୀ ଟିମ୍ ।

155

କନକ ବ୍ୟୁରୋ : ସରପଞ୍ଚ ପଦ ନିଲାମର ତନାଘନା କରୁଛି ଜିଲ୍ଲା ପ୍ରଶାସନ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏମିତି ଘଟଣାର କାରଣ ଖୋଜିବାକୁ ବଲାଙ୍ଗୀରର ବିଲେଇସର୍ଡା ଗାଁରେ ପହଞ୍ଚିଛନ୍ତି ଜିଲ୍ଲା ପ୍ରଶାସନର ତଦନ୍ତକାରୀ ଟିମ୍ । କିଏ, କେମିତି କରିଥିଲେ ସରପଞ୍ଚ ନିଲାମୀ, ତାର ଛାନଭିନ୍ ଚାଲିଛି । ବଲାଙ୍ଗୀରରେ ସରପଞ୍ଚ ପଦ ପାଇଁ ନିଲାମ ଅଭିଯୋଗ ଘଟଣାରେ ଆଜି ସନ୍ଧ୍ୟା ସୁଦ୍ଧା ତଦନ୍ତ ରିପୋର୍ଟ ଦେବେ ଜିଲ୍ଲାପାଳ ।

ଏପରି ଅଭିଯୋଗ ଆସିବା ପରେ ରାଜ୍ୟ ନିର୍ବାଚନ କମିଶନ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନୋଟିସ୍ କରିଛନ୍ତି । ଘଟଣାର ବିଧିବଦ୍ଧ ତଦନ୍ତ କରି ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଲେଇସର୍ଡା ଗାଁରେ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ନାଁରେ ସରପଞ୍ଚ ପଦର ଖୋଲାଖୋଲି ନିଲାମ ହୋଇଥିବା ଅଭିଯୋଗ ହୋଇଥିଲା । ଗାଁ ପାଠାଗାର ସମ୍ମୁଖରେ ବିଲେଇସର୍ଡା ପଞ୍ଚାୟତର ତିନିଟି ଗାଁ ଲୋକଙ୍କ ଉପସ୍ଥିତିରେ ମୂଲଚାଲ ହୋଇଥିବା ଜଣାପଡ଼ିଛି ।